ଅଯୋଧ୍ୟା, ବାରଣାସୀ ଓ ପ୍ରୟାଗରାଜ ବୁଲିବାର ସୁବର୍ଣ୍ଣ ସୁଯୋଗ ଆଣିଲା IRCTC, ଜାଣନ୍ତୁ କ’ଣ ରହିଛି ପ୍ୟାକେଜ

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଂ ଟୁରିଜିମ କର୍ପୋରେସନ ଯାତ୍ରୀ ମାନଙ୍କ ପାଇଁ ଭଲ ପ୍ୟାକେଜ ଆଣିଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୁର ପ୍ୟାକେଜ ଆଣିଛି ରେଳ ବିଭାଗ। ଏହି ପ୍ୟାକେଜରେ ୪ ରାତି ଅର୍ଥାତ ୫ଦିନ ରହିଛି । ଏହାସହ ଯାତ୍ରାରେ ୩ଟି ପ୍ରମୁଖ ସ୍ଥାନ ରହିଛି। ବନାରସ, ଅଯୋଧ୍ୟା ଓ ପ୍ରୟାଗରାଜ ଭଳି ପବିତ୍ର ସ୍ଥାନକୁ ଯିବା ପାଇଁ ଏହି ପ୍ୟାକେଜ ଅଣାଯାଇଛି। ଏହି ଅଫର ୨ ଡିସେମ୍ବରରୁ ଆରମ୍ଭ ହେବ।

ପର୍ଯ୍ୟଟକ ମାନେ କୋଚିନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଫ୍ଲ ।ଇଟରେ ଯାଇପାରିବେ। ଏହି ଟୁର ପ୍ୟାକେଜର ଦାମ ୨୮୭୫୫ ଟଙ୍କା ରହିଛି।

ପ୍ରଥମ ଦିନ କୋଚିରୁ ବାରଣାସୀ ଫ୍ଲାଇଟ ଯିବ ସକାଳ ୬ଟା ବାଜି ୩୦ ମିନିଟ ସମୟରେ। ବାରଣାସୀରେ ପହଞ୍ଚିବ ଦିନ ୧ଟା ସମୟରେ। ଯିବାର ୨ ଘଣ୍ଟା ପୂର୍ବରୁ ପର୍ଯ୍ୟଟକ ମାନଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ହେବ। ଦ୍ୱିତୀୟ ଦିନରେ ସକାଳ ଜଳଖିଆ ପରେ କାଶୀ ବିଶ୍ୱନାଥ ମନ୍ଦିର ଏବଂ ଅନ୍ନପୂର୍ଣ୍ଣା ମନ୍ଦିର ପାଇଁ ପ୍ରସ୍ଥାନ କରିବେ। ଦ୍ୱିପହର ଭୋଜନ ପରେ ସରନାଥର ଯାତ୍ରା କରିବେ।ତୃତୀୟ ଦିନରେ ଆହ୍ଲାବାଦକୁ ପ୍ରସ୍ଥାନ କରିବ। ଶେଷରେ ଅଯୋଧ୍ୟା ଅଭିମୁଖେ ବାହାରିବ।

ତେବେ ଯାତ୍ରୀମାନଙ୍କ ପାଇଁ ଇକୋନୋମୀ କ୍ଲାସ ରେ ଇଣ୍ଡିଆର ଏୟାରଲାଇନ୍ସ ଦ୍ୱାରା ଟିକେଟ କରାଯିବ। ବାରଣାସୀରେ ୩ ଦିନ ରାତିରେ ରହିବା ପାଇଁ ହୋଟେଲରେ ବ୍ୟବସ୍ଥା କରାଯିବା ସହ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.