NCB ଅଫିସରେ ଆର୍ଯ୍ୟନଙ୍କୁ ରାତି ତମାମ୍ ଜେରା, ସୁଟିଂ ବାତିଲ କରି ସ୍ପେନରୁ ଫେରିଲେ ଶାହରୁଖ ଖାନ୍

ମୁମ୍ବାଇ: NCB ଅଫିସରେ ରାତି କାଟିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ । ସୂଚନା ଅନୁସାରେ ଆର୍ଯ୍ୟନଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି NCB ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା, ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଏନସିବି ଅଧିକାରୀ ମାନେ ଜେରା କରିଛନ୍ତି । ଆର୍ଯ୍ୟନଙ୍କ ଗିରଫ ପରେ କୋର୍ଟରେ ଦସ୍ତାବିତ ଉପସ୍ଥାପନ କରିଛନ୍ତି ତାଙ୍କ ଓକିଲ ସତୀଶ ମନସିନ୍ଦେ ।

ସେ କହିଛନ୍ତି, ଆର୍ଯ୍ୟନ ଖାନ୍‌ ନିଜ ତରଫରୁ କ୍ରୁଜ୍‌ ପାର୍ଟିରେ ସାମିଲ ହୋଇ ନଥିଲେ । ତାଙ୍କ ପାଖରେ ପାର୍ଟି ପାଇଁ ଟିକେଟ୍‌ ବି ନଥିଲା । ସ୍ପେଶାଲ୍‌ ଇନଭାଇଟି ଭାବରେ ଆର୍ଯ୍ୟନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯାଞ୍ଚ ବେଳେ ବି ତାଙ୍କ ବ୍ୟାଗରେ କିଛି ନଥିଲା । ମୋବାଇଲ୍‌ ଫୋନରେ ବି କୌଣସି ଚାଟ ନଥିଲା ବୋଲି ଆର୍ଯ୍ୟନଙ୍କ ଓକିଲ ସତୀଶ ମନସିନ୍ଦେ କହିଛନ୍ତି ।

ଆଜି ପୁଣି ଆର୍ଯ୍ୟନଙ୍କ ଓକିଲ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି । ପୁଅର ଗିରଫ ପରେ ପଠାନ ଫିଲ୍ମ ସୁଟିଂ ବାତିଲ କରି ସ୍ପେନରୁ ଫେରିଛନ୍ତି ଶାହରୁଖ ଖାନ୍ । ରାତିରେ ମନ୍ନତରେ ପହଁଚିଥିଲେ ସଲମାନ ଖାନ୍‌ । ଦୀର୍ଘ ସମୟ ଦୁଇ ଦିଗ୍ଗଜ ଅଭିନେତା ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଡ୍ରଗ୍‌ସ ଲିଙ୍କରେ କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ଏନ୍‌ସିବି । ଡ୍ରଗ୍‌ସ କିଣିବା, ରଖିବା ଓ ବ୍ୟବହାର କରିବା ନେଇ ଆର୍ଯ୍ୟନ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.