ଅକ୍ଟୋବର ୧୩କୁ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ଅକ୍ଟୋବର ୧୩ରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ଅକ୍ଟୋବର ୧୩ରେ ଜାମିନ ଆବେଦନର ଶୁଣାଣି କରାଯିବ। ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟରେ ଦିନ ୨.୪୫ରେ ହେବ ବେଲ୍‌ ପିଟିସନର ଶୁଣାଣି। ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ ଜାମିନ ଶୁଣାଣି ବୁଧବାର ହେବ। ବୁଧବାର ଦିନ ୧୧ଟା ସୁଦ୍ଧା ଜବାବ ଦାଖଲ କରିବ NCB।

ତେବେ ଜବାବ ଦାଖଲ ପାଇଁ ସମୟ ମାଗିଛି NCB। ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନ । ଏସପ୍ଲାନେଡ କୋର୍ଟରୁ ଜାମିନ ଖାରଜ ପରେ ଶୁକ୍ରବାରଠୁ ଜେଲ୍‌ରେ ଅଛନ୍ତି ଆର୍ଯ୍ୟନ । ଗତ ଶନିବାର ଶାହରୁଖଙ୍କ ଡ୍ରାଇଭରକୁ ୧୨ ଘଣ୍ଟାର ଜେରା ପରେ କ୍ରୁଜ ଡ୍ରଗ୍‌ ଲିଙ୍କରେ ଏନସିବି ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣ ଗିରଫ ହେଲେଣି ।

ପ୍ରକାଶ ଥାଉ କି,ରବିବାର ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ଖବର ପାଇ ଏନ୍‌ସିବି ଚଢ଼ାଉ କରିଥିଲା। ସେଥିରେ ଶାହାରୁଖ୍ ଖାନ୍‌ଙ୍କ ପୁଅଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏଥିସହ ସେମାନଙ୍କଠାରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇ ଥିଲା । ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଥିବା ଏନ୍‌ସିବି ପକ୍ଷରୁ କୁହାଯାଇଛି ।

You might also like