ଶାହାରୁଖଙ୍କ ପୁଅ ଆୟାନ ଖାନଙ୍କ ଫେସବୁକ୍ ଆକାଉଣ୍ଟ ହେଲା ହ୍ୟାକ୍

ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ଶାହାରୁଖ ଖାନଙ୍କ ବଡ ପୁଅ ବଲିଉଡ଼ରେ ପାଦ ନରଖି ମଧ୍ୟ ଖୁବ୍ ଚର୍ଚ୍ଚାରେ। ସେ ପ୍ରାୟ କିଛି ନା କିଛି କଥାକୁ ନେଇ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିକଟରେ ତାଙ୍କର ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ସେ ତାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ସେ ଏ ନେଇ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ।
ଆୟାନ ଲେଖିଥିଲେ, ମୋ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଯଦି ଆପଣଙ୍କୁ ଏଥିରେ କିଛି ନଜର ଆସୁଛି ତେବେ ତାହାକୁ ଦୟାକରି ଇଗନୋର କରନ୍ତୁ।
ଆପଣଙ୍କୁ କହିବାକୁ ଚାହିଁବୁ ଅୟାନ ଖାନ ଏବେ ଆମେରିକାର କାର୍ଣ୍ଣିଫୋନିଆରେ ଫିଲ୍ମର ପାଠ ପଢ଼ୁଛନ୍ତି। ଏହାକୁ ଶେଷ କରିବା ପରେ ସେ ବଲିଉଡ଼ରେ ପାଦ ରଖିବେ ବୋଲି ଆଶା କରାଯାଉଛି। ତେବେ ଫିଲ୍ମ ମେକର କରଣ ଜୋହର ବଲିଉଡ଼ରେ ଆୟାନଙ୍କୁ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି।