Below header

ପୂର୍ବତନ ଖେଳାଳି ଜ୍ୟାକୁବ ମାର୍ଟିନଙ୍କ ଚିକିତ୍ସା ପାଇଁ କୄନାଲ ପାଣ୍ଡ୍ୟା ଦେଲେ ବ୍ଲାଙ୍କ୍ ଚେକ୍

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ସଦସ୍ୟ ଜ୍ୟାକବ ମାର୍ଟିନ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏକ ସଡ଼କ ଦୁର୍ଘଟଣାରେ ମାର୍ଟିନ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ଏପଟେ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଅର୍ଥ ଯୋଗାଡ଼ ପାଇଁ ସଂଘର୍ଷ କରୁଛନ୍ତି । ସେମାନେ ବିସିସିଆଇକୁ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ବିସିସିଆଇ ସମେତ କିଛି ପୂର୍ବତନ କ୍ରିକେଟ୍ ଖେଳାଳି ସହାୟତା ପାଇଁ ଆଗେଇ ଆସିଛନ୍ତି ।

ବିସିସିଆଇ ୫ ଲକ୍ଷ ଟଙ୍କା ଏବଂ ବରୋଦା କ୍ରିକେଟ୍ ଆସୋସିଏସନ୍ ୩ ଲକ୍ଷ ଟଙ୍କାର ସହାୟତା ଦେଇଛି । ଗତ ଡିସେମ୍ବର ମାସରେ ମାର୍ଟିନଙ୍କର ଦୁର୍ଘଟଣା ହୋଇଥିଲା । ଏବେ ବରୋଦା ହସପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପ୍ରଥମେ ବରୋଦା କ୍ରିକେଟ୍ ଆସୋସିଏସନ୍ର ପୂର୍ବତନ ସଭାପତି ସଞ୍ଜୟ ପଟେଲ ଓ ପରେ ପୂର୍ବତନ ଖେଳାଳି ଜାହିର ଖାନ୍, ମୁନାଫ ପଟେଲ, ସୌରଭ ଗାଙ୍ଗୁଲି, ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ, ଇରଫାନ୍ ପଠାନ୍, ୟୁସୁଫ ପଠାନ୍ ପ୍ରମୁଖ ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି ।

KrunalPandyaଏବେ କୄନାଲ ପାଣ୍ଡ୍ୟା(ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ଭାଇ), ସଞ୍ଜୟ ପଟେଲଙ୍କୁ ଏକ ଖାଲି ଚେକ ଦେଇଛନ୍ତି ଏବଂ ଟେଲିଗ୍ରାଫ ଜରିଆରେ ପଟେଲଙ୍କୁ ଲେଖିଛନ୍ତି ସାର୍ ଦୟାକରି ଯାହା ବି ସହାୟତା ଅଛି ଏଥିରେ ଭରି ଦିଅନ୍ତୁ, କିନ୍ତୁ ୧ ଲକ୍ଷ ତଳକୁ ଆଦୌ ନୁହେଁ।

ସଞ୍ଜୟ ପଟେଲ କହିଲେ ଯେ ମାର୍ଟିନ ପରିବାର ଅସୁବିଧାରେ ଅଛନ୍ତି, ସେମାନେ ସାହାଯ୍ୟ ପାଇଁ ନିବେଦନ ନ କଲେ ବି ଆମେ ତାଙ୍କୁ ସାହାଯ୍ୟ କରିବା। ବରୋଦା ଖେଳାଳି ଜ୍ୟାକବ ମାର୍ଟିନ୍ ଭାରତ ପକ୍ଷରୁ ୧୯୯୯ରୁ ୨୦୧ ମଧ୍ୟରେ ୧୦ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.