୫ ବର୍ଷର ପୁରୁଣା ସମ୍ପର୍କରୁ ଅଲଗା ହେଲେ ଅସ୍ମିତ୍‌-ମେହେକ୍‌!

ବଲିଉଡ୍‌ ଆକ୍ଟର ତଥା ରିୟାଲିଟି ଶୋ’ ବିଗ୍‌ ବସ୍‌ରେ ନଜର ଆସିସାରିଥିବା ଅସ୍ମିତ୍‌ ପଟେଲ ଓ ମଡେଲ୍‌ ମେହେକ୍‌ ଚହଲଙ୍କ ୫ ବର୍ଷର ପୁରୁଣା ସମ୍ପର୍କ ଶେଷରେ ଭାଙ୍ଗିଯାଇଛି। ନିର୍ବନ୍ଧ ପରେ ଦୁଇଜଣ ଏକାଠି ରହିଆସୁଥିଲେ, କିନ୍ତୁ ୨ ମାସ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍‌ ଚାଲୁ ନ ଥିଲା, ଯେଉଁଥିପାଇଁ ଦୁହେଁ ଅଲଗା ରହୁଥିଲେ।

a11

ତେବେ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଦୁଇଜଣଙ୍କ ନିର୍ବନ୍ଧ ଅଗଷ୍ଟ ୨୦୧୭ରେ ହୋଇଥିଲା। ଏହାପରେ ୨୦୧୮ରେ ଅସ୍ମିତ୍‌ ଓ ମେହେକ୍‌ ଡେଷ୍ଟିନେଶନ୍‌ େଓ୍ଵଡିଙ୍ଗ୍‌ ପ୍ଲାନ୍‌ କରୁଥିଲେ। କିନ୍ତୁ ସମ୍ପର୍କରେ ତିକ୍ତତା ଆସିବାରୁ ସେମାନେ ବିବାହକୁ ଆଗକୁ ଘୁଞ୍ଚାଇ ଦେଇଥିଲେ। ପରେ ଦୁଇଜଣଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ଶେଷରେ ଉଭୟ ଉଭୟଙ୍କଠାରୁ ଦୂରେଇ ଯାଇଛନ୍ତି।

a22

ତେବେ ଏ ସମ୍ପର୍କରେ ମେହେକ୍‌ କହିଥିଲେ, ‘ଅସ୍ମିତ୍‌ ଏବଂ ମୁଁ ଅଲଗା ହୋଇଯାଇଛୁ। ମୁଁ ଅସ୍ମିତ୍‌ଙ୍କୁ ଛାଡ଼ି ଦେଇଛି। ମୋତେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ଏବଂ ମୁଁ ଏହି ସମ୍ପର୍କରୁ ବାହାରି ଆସିଲି’। ସେହିପରି ଅସ୍ମିତ୍‌ ପ୍ରତିକ୍ରିୟା ରଖି କହିଥିଲେ, ‘ହଁ, ଏହା ସତ। ଆମେ ଏବେ ଏକାଠି ନାହୁଁ। ମୁଁ ଏହି ଘଟଣାରେ ଆମ ପ୍ରାଇଭେସିକୁ ସମ୍ମାନ ଦେବାକୁ ଅନୁରୋଧ କରୁଛି। ଏହା ଉପରେ ଆଉ କିଛି କହିବାକୁ ଚାହୁଁନାହିଁ’।

a333

ଏକ ଗଣମାଧ୍ୟମର ଖବର ମୁତାବକ, ଦୁଇଜଣ ଏକ ରୋମାଣ୍ଟିକ୍‌ ହଲି ଡେ’ ଭ୍ୟାକେଶନରେ ୟୁରୋପ୍‌ ଯାଇଥିଲେ। ସେଠାରେ ସ୍ପେନ୍‌ରେ ଅସ୍ମିତ୍‌, ମହକ୍‌ଙ୍କୁ ପ୍ରପୋଜ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.