ବିବାହ ପରେ ରୋମାଣ୍ଟିକ ହନିମୁନ୍ ଏନ୍‌ଜଏ କରୁଛନ୍ତି ଅସ୍ମିତା ସୁଦ୍, ଭାଇରାଲ ହେଉଛି ଫଟୋ

ଟିଭି ଶୋ 'ବଦତମିଜ୍ ଦିଲ୍'ର ଅଭିନେତ୍ରୀ ଅସ୍ମିତା ସୁଦ ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ସିଦ୍ଧ ମେହେଟ୍ଟାଙ୍କୁ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି କପଲଙ୍କ ୱେଡିଙ୍ଗ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତି ନିଜ ହନିମୁନ୍ ଏଞ୍ଜଏ କରୁଛନ୍ତି ।

ଟିଭି ଶୋ ‘ବଦତମିଜ୍ ଦିଲ୍’ର ଅଭିନେତ୍ରୀ ଅସ୍ମିତା ସୁଦ ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ସିଦ୍ଧ ମେହେଟ୍ଟାଙ୍କୁ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି କପଲଙ୍କ ୱେଡିଙ୍ଗ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତି ନିଜ ହନିମୁନ୍ ଏଞ୍ଜଏ କରୁଛନ୍ତି । ଅସ୍ମିତା ସୁଦ ହନିମୁନ୍‌ ପାଇଁ ସ୍ୱାମୀଙ୍କ ସହ ଫିଜି ଦ୍ୱୀପରେ ପହଞ୍ଚିଛନ୍ତି ଏହି ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ରୋମାଣ୍ଟିକ ହନିମୁନ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ଫଟୋରେ ଅସ୍ମିତା ସୁଦ ତାଙ୍କ ସ୍ୱାମୀଙ୍କ ସହ ବସି କ୍ୱାଲିଟି ଟାଇମ ଏଞ୍ଜଏ କରୁଥିବାର ନଜର ଆସିଛନ୍ତି । ଏହି ସମୟ ମଧ୍ୟରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଲିପଲକ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏହି ନବ ବିବାହିତ ଦମ୍ପତି ପରସ୍ପରଙ୍କ ପ୍ରେମରେ ବୁଡି ରହିଥିବାର ଦେଖାଯାଇଛି । ଫ୍ୟାନ୍ସ ମଧ୍ୟ ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ଖୁବ ପସନ୍ଦ କରୁଛନ୍ତି । ଅସ୍ମିତା ତାଙ୍କ ଇନଷ୍ଟାଗ୍ରାମ ଉପରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ନବ ବିବାହିତ ଦମ୍ପତି ସ୍ଵିମିଂପୁଲରେ ଫ୍ଲୋଟିଂ ବ୍ରେକଫାଷ୍ଟର ମଜା ନେଉଥିବାର ନଜର ଆସିଛନ୍ତି ।

ସୂଚନାଯୋଗ୍ୟ ଅସ୍ମିତା ତାଙ୍କ ବଏଫ୍ରେଣ୍ଡ ସିଦ୍ଧଙ୍କ ସହ ଫେବୃଆରୀ ୨ରେ ଗୋଆରେ ବିବାହ କରିଥିଲେ । ବିବାହ ପରେ ଅସ୍ମିତା ସୋସିଆଲ ମିଡିଆରେ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ଏହି କପଲ ସେମାନଙ୍କ ୱେଡିଙ୍ଗ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । କହି ରଖୁଛୁ, ଅସ୍ମିତା ଅନେକ ସାଉଥ ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟତୀତ ଅସ୍ମିତା ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ସେ ‘ବଦତମିଜ୍ ଦିଲ୍’ ରୁ ଆରମ୍ଭ କରି ‘ଦିଲ୍ ହି ତୋ ହେ’ ଏବଂ ‘ଜନ୍ମ ଜନ୍ମ କା ସାଥ ହେ’ ପରି ଅନେକ ସିରିଏଲରେ କାମ କରିଛନ୍ତି ଏବଂ ତାଙ୍କର ଅଭିନୟର ଜଲବା ଦେଖାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.