Below header

ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ପଦକ୍ଷେପ, ୨୩ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ

ରାଜ୍ଯରେ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି।

ଭୁବନେଶ୍ୱର : ରାଜ୍ଯରେ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି। ଜନଜାତି ଅଂଚଳରେ ୨୫୦୦ ସ୍କୁଲକୁ 5Tରେ ରୂପାନ୍ତରିତ କରାଯାଇଛି। ୩ଟି ମେଡିକାଲ କଲେଜର ନାଁକୁ ଆଦିବାସୀ ନେତାଙ୍କ ନାମରେ ନାମିତ କରାଯାଇଛି। ୬୫୦୦ ହଷ୍ଟେଲରେ ୫.୭ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି। ସବୁଠାରୁ ବଡ ହକି ଷ୍ଟାଡିୟମର ନାମ ଭଗବାନ ବିର୍ସାମୁଣ୍ଡାଙ୍କ ନାଁ ରେ ନାମିତ କରାଯାଇଛି। ଆାଦିବାସୀଙ୍କ ବିକାଶ ପାଇଁ ୨୩ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ଯରେ ଏବେ କୋଟିଏ ରୁ ଅଧିକ ଜନଜାତି ଅଛନ୍ତି। ସେମାନଙ୍କର ଆର୍ଥିକ, ଶିକ୍ଷା ଆଦି ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.