ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା, ଅଳଙ୍କାର ନେଇ ଫେରାର ଦୁର୍ବୃତ୍ତ

ସୁନା କାରିଗରକୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା, ଅଳଙ୍କାର ନେଇ ଫେରାର ଦୁର୍ବୁତ୍ତ । ବ୍ୟବସାୟିଙ୍କ ମୁଣ୍ଡରେ ଆଘାତ ଯୋଗୁ ମେଡିକାଲରେ ଭର୍ତ୍ତି । ତେବେ ସୁନାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବା ନେଇ ସୂଚନା ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁନା କାରିଗରକୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା, ଅଳଙ୍କାର ନେଇ ଫେରାର ଦୁର୍ବୃତ୍ତ । ବ୍ୟବସାୟିଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁବିଧା ସୁଯୋଗ ଦେଖି ଲୁଟୁଛନ୍ତି ।

ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ । ଏବେ ଜଣେ ସୁନା ବ୍ୟବସାୟୀ ହୋଇଛନ୍ତି ଏଭଳି ଲୁଟର ଶିକାର । କେବଳ ଲୁଟ ନୁହେଁ ମାଡ଼ ମାରି ବ୍ୟବସାୟୀ ଜଣଙ୍କୁ ଆହତ ମଧ୍ୟ କରିଦେଇଛନ୍ତି ଏହି ଦୁର୍ବୃତ୍ତ । ସୂଚନା ଅନୁସାରେ ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୪ ର ଦିପୁନ୍ ଚୀନରା ଗଣେଶ ବଜାର ସ୍ଥିତ ନିଜ ଦୋକାନ ତାରିଣୀ ଅଳଙ୍କାରୁ ଲକ୍ଷାଧିକ ସୁନା ଅଳଙ୍କାର ନେଇ ଘରକୁ ଯାଉଥିବା ସମୟରେ ଶ୍ୟାମଳ ଛକ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ପଛପଟ ମୁଣ୍ଡକୁ ବାଡ଼େଇବା ଫଳରେ ଦିପୁନ ତଳେ ପଡିଯାଇଥିଲେ ।

ଘଟଣା ସ୍ଥଳରେ ଦିପୁନ ଗାଡିରୁ ପଡିଯିବାରୁ ତାଙ୍କଠାରୁ ସୁନା ଅଳଙ୍କାର ସହିତ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ମଧ୍ୟ ନେଇଯାଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ତେବେ ରାଜପଥ ଦେଇ ଯାଉଥିବା ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିପୁନଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ତେବେ ସୁନାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବା ନେଇ ସୂଚନା ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ଲୁଟେରା ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି ।

ପୂର୍ବରୁ ପୋଲିସ ପକ୍ଷରୁ ଯେଉଁଭଳି ରାତିରେ ପେଟ୍ରୋଲିଂ କରାଯାଉଥିଲା, ସେଭଳି ଆଉ ହେଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ । ନଚେତ ଆପଣଙ୍କ ଜୀବନ ପ୍ରତି ବି ବିପଦ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.