“ରୋଜା” ଫିଲ୍ମ ଅଫର ଛାଡି ଏବେ ପସ୍ତଉଛନ୍ତି ୯୦ ଦଶକର ଏହି ଅଭିନେତ୍ରୀ

ଖିଲାଡୀ, ଜୋ ଜିତା ୱହି ସିକନ୍ଦର, ହିମ୍ମତବାଲା, ୱକ୍ତ ହମାରା ହେ, ଚାଚି 420 ଓ ସଂଗ୍ରାମ ପରି ଫିଲ୍ମରେ ଅଭିନୟ କରି ଆୟଶା ଜୁଲକା ୯୦ ଦଶକରେ ବଡ଼ ପରଦାରେ ରାଜ କରିଥିଲେ । ତାଙ୍କ ଚମକଦାର ଆଖି ଆଉ ହସ ହିଁ ସେ ସମୟରେ ସମସ୍ତଙ୍କ ହୃଦୟ ଜିଣି ନେଇଥିବା ସହ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ “ଅଦା….. ୱେ ଅଫ ଲାଇଫ” ପରେ ଏକ ଲମ୍ବା ସମୟର ବ୍ରେକ ନେଇ ୨୦୧୮ରେ “ଜିନିୟସ’ ଜରିଆରେ କମବ୍ୟାକ କରିଥିଲେ । ନିକଟରେ ଏକ ସାକ୍ଷାତ୍କାରରେ ଏହି ଆକ୍ଟ୍ରେସ ଜଣଙ୍କ ନିଜ ଫିଲ୍ମ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନର କିଛି ଅଭୁଲା ଅନୁଭୂତି ସମସ୍ତଙ୍କ ସହ ସେୟାର କରିଛନ୍ତି । ବିବାହ ପରେ ଫିଲ୍ମ ଦୁନିଆରେ ଦୁରେଇ ଯାଇଥିଲେ ଆୟଶା । ଖୁବ କମ ବୟସରେ କାମ ଆରମ୍ଭ କରିଦେଇଥିବାରୁ ବିବାହ ପରେ ସାଧାରଣ ଜୀବନ ନିଭେଇବାକୁ ଉଚିତ ମଣିଥିବା ନେଇ କହିଛନ୍ତି ।

ayesha

ଆଉ ଏଥିପାଇଁ ବି ଜମାରୁ ଅନୁତପ୍ତ ନୁହନ୍ତି ବୋଲି କହିଛନ୍ତି । ମା’ ହେବାରେ ବି ତାଙ୍କର ସେମିତି କୌଣସି ଆଗ୍ରହ ନଥିଲା । ଏହା ବଦଳରେ ସାମାଜିକ କାମରେ ମନ ନିବେଶ କରିବାକୁ ଉଚିତ ମଣିଥିଲେ । ଆଉ ତାଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ପୁରା ପରିବାର ସମର୍ଥନ ମଧ୍ୟ କରିଥିଲେ । ନିଜ ସ୍ୱାମୀଙ୍କ ବାବଦରେ କହିଛନ୍ତି, ସେ ହେଉଛନ୍ତି ଦୁନିଆର ସବୁଠୁ ଭଲ ମଣିଷ । ଫିଲ୍ମି କ୍ୟାରିୟରକୁ ନେଇ କହିଛନ୍ତି, କିଛି ଅଫର ସେ ଛାଡିଥିବା ବେଳେ ପରେ କିନ୍ତୁ ଏହାକୁ ନେଇ ପଶ୍ଚାତାପ କରିଥିଲେ । ବ୍ୟସ୍ତତା କାରଣରୁ ମଣିରତ୍ନମଙ୍କ “ରୋଜା” ଫିଲ୍ମକୁ ବି ମନା କରିଦେଇଥିଲେ ଆୟଶା । ମେକର୍ଷ ମାନେ ତାଙ୍କୁ ବିକିନୀରେ ଦେଖିବାକୁ ଚାହୁଁଥିବାରୁ ସେ “ପ୍ରେମ କଏଦୀ” ଅଫର ବି ଛାଡି ଦେଇଥିଲେ ।

ବଲିଉଡରେ କ୍ୟାରିୟରକୁ ନେଇ କହିଛନ୍ତି, ସେ ଏବେ ବି ଏହାର ଅଂଶ ଅଛନ୍ତି । ଆଉ ଆଗକୁ ଫିଲ୍ମ, ୱେବ ସିରିଜ ଆଦି କରିବାକୁ ବି ଲକ୍ଷ ରଖିଥିବା ନେଇ କହିଛନ୍ତି । ଏକ ଭଲ ଦମଦାର ଚରିତ୍ର ଅପେକ୍ଷାରେ ଅଛନ୍ତି । ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇପାରିବ । ଏହାବାଦ ପଶୁପକ୍ଷୀଙ୍କ ପାଇଁ ବି ଚେଷ୍ଟା ଚଳାଇଛନ୍ତି ଆୟେଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.