Below header

ନୟାଗଡ: ତେଲ ପକାଇବା ବେଳେ ଝଗଡ଼ା ହେବାରୁ ଖଣ୍ଡପଡ଼ା ଥାନା ସିଂଘପଡ଼ା ପେଟ୍ରୋଲ ପମ୍ପରେ ବୋମାମାଡ଼, ଜଳିଗଲା ମେସିନ୍

ନୟାଗଡ: ନୟାଗଡ ଖଣ୍ଡପଡା ଥାନା ସିଂହାପଡା ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ଟାଙ୍କିରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଖବର ପାଇ ଖଣ୍ଡପଡା ପୋଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସିଂହାପଡା ଇଣ୍ଡିଆଲ୍ ଅଏଲ୍ ପେଟ୍ରୋଲ୍ ଟାଙ୍କିରେ ଗତକାଲି ରାତି ପ୍ରାୟ ୩ଟା୨୮ ମିନିଟ ସମୟରେ ଘଟିଥିଲା ଏହି ଅଘଟଣ।

ମିଳିଥିବା ଖବର ମୁତାବକ, ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ପେଟ୍ରୋଲ ଟାଙ୍କି କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ବାନାମ୍ବର ମାଝୀଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ବାନାମ୍ବର ରାଗି ଯାଇ ବୋମା ଫିଙ୍ଗିଥିଲେ । ଏଥିରେ ପେଟ୍ରୋଲ ପମ୍ପର ମେସିନ ଜଳି ଯାଇଥିଲା । ଯାହାର ସିସିଟିଭି ଫୁଟେଜ ପୋଲିସ ହସ୍ତଗତ କରିଛି । ଘଟଣା ପରେ ବାନାମ୍ବର ଫେରାର ହୋଇ ଯାଇଛନ୍ତି । ଖଣ୍ଡପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.