Below header

ଆୟୁଷ୍ମାନ୍‌ଙ୍କୁ ‘ଗେ’ ଚରିତ୍ରରେ ଦେଖି ପୁଅ ରଖିଲା ଏଭଳି ବୟାନ, ଲୁହରେ ଭିଜିଗଲା ମା’ ତାହିରାଙ୍କ ଆଖି

ବଲିଉଡ ହିଟ ମ୍ୟାନ ଭାବେ ଜଣା ଆୟୁଷ୍ମାନ୍‌ ଖୁରାନା ସାଧାରଣତଃ ଉନ୍ନତ ଧରଣର ବିଷୟଧର୍ମୀ ସିନେମା ମାନ ନେଇ ଦର୍ଶକଙ୍କୁ ଭେଟି ଦେଇଥାନ୍ତି । କିଛି ଦିନ ତଳେ ହିଁ ତାଙ୍କ ଅଭିନୀତ ସିନେମା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଲୋକେ ବି ଖୁବ ପସନ୍ଦ କରିଛନ୍ତି । ପ୍ରକୃତରେ ଫିଲ୍ମରେ ଆୟୁଷ୍ମାନ୍‌ ଏକ ‘ଗେ’ ଭୂମିକାରେ ହିଁ ଅଭିନୟ କରିଛନ୍ତି କିନ୍ତୁ ଆୟୁଷ୍ମାନ୍‌ଙ୍କ ଏହି ଭିନ୍ନ ଅନ୍ଦାଜକୁ ନେଇ ତାଙ୍କ ପୁଅଙ୍କ ପ୍ରତିକ୍ରିୟା ନେଇ ପତ୍ନୀ ତାହିରା କଶ୍ୟପ ଏକ ଭିନ୍ନ ମତ ରଖିଛନ୍ତି । ତାହିରା ନିଜ ପୁଅର ଏଭଳି ଉତ୍ତର ଶୁଣି ସେ ନିଜେ ବି ଭାବବିହ୍ଵଳ ହୋଇ ଯାଇଥିବା କହିଛନ୍ତି ।

ayusman

ଫିଲ୍ମ ଟିକୁ ଦେଖି ଯେବେ ସେ ନିଜ ପୁଅକୁ ପଚାରିଥିଲେ କି ତାକୁ ‘ଗେ’ ର ମାନେ ଜଣା ଅଛି କି ନାହିଁ । ପୁଅ ଏହାର ଜାବାବରେ କହିଥିଲା କି ହଁ ତାକୁ ଜଣା ଅଛି ‘ଗେ’ର ମାନେ କଣ । ମା’ ତାହିରା ଯେବେ ପୁଅର ଏଥିରେ କୌଣସି ଆପତ୍ତି ଅଛି କି ନାହିଁ ପଚାରି ଥିଲେ ତାର ସେଥିରେ କିଛି ବି ଆପତ୍ତି ନାହିଁ ବୋଲି କହିଥିଲା । ପୁଅର ଏଭଳି ମନ୍ତବ୍ୟ ଶୁଣି ତାଙ୍କ ଆଖିରେ ଲୁହ ଅସିଜାଇଥିଲା ବୋଲି ତାହିରା ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଛନ୍ତି । କିଛିଦିନ ତଳେ ଆୟୁଷ୍ମାନ୍‌ କହିଥିଲେ କି ତାଙ୍କ ପିତା ପି ଖୁରାନା ଓ ମା’ ପୁନମ ମଧ୍ୟ ଶୁଭ ମଙ୍ଗଳ ସାବଧାନର ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ।

ayusman

ସେମାନେ ଏହି ସିନେମାର ଟ୍ରେଲରକୁ ଅନେକ ଥର ମଧ୍ୟ ଦେଖିସାରିଲେଣି । ପରିବାର ଲୋକଙ୍କ ଏପରି ଉତ୍ସାହ ଦେଖି ସେ ଓ ତାଙ୍କ ଟିମର ପରିଶ୍ରମ ଆଜି ସଫଳ ହୋଇଥିବା କଥା କହିଛନ୍ତି ଆୟୁଷ୍ମାନ୍‌ । କହି ରଖିବା ଉଚିତ ହେବ କି ‘ଶୁଭ ମଙ୍ଗଳ ସାବଧାନ’ରେ ଆୟୁଷ୍ମାନ୍‌ଙ୍କ ବ୍ୟତୀତ ଜିତେନ୍ଦ୍ର କୁମାର ବି ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ବାଦ ଏଥିରେ ନିନା ଗୁପ୍ତା ଓ ଗଜରାଜ ବି ମୁଖ୍ୟ ନିଭାଉଥିବା ଜଣା ଯାଇଛି । ହିତେଶଙ୍କ ନିର୍ଦ୍ଦେଶିତ ଏହି ସିନେମା ଟି ଫେବୃଆରୀ ୨୧ରେ ହିଁ ପରଦା ଉପରକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.