ବହୁ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥାଇ ମଧ୍ୟ ପତ୍ନୀଙ୍କ ସହ ରହିଛି ମଧୂର ସମ୍ପର୍କ, ଜାଣନ୍ତୁ ଏମିତି କିଛି ଅଭିନେତାଙ୍କୁ

ବଲିଉଡ୍‌ରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନଙ୍କ ପରକିୟା ପ୍ରୀତି ଖବର ଜାଣି ପତ୍ନୀମାନେ ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି । ହେଲେ ଏମତି କିଛି ଅଭିନେତ୍ରୀ ପତ୍ନୀ ଅଛନ୍ତି ଯେଉଁମାନେ କେବେ ବି ସେମାନଙ୍କର ଅଭିନେତା ପତିକୁ ଛାଡି ଚାଲି ଯାଇନାହାଁନ୍ତି । ଅସୁବିଧା ସମୟରେ ହେଉ ବା ପତିଙ୍କ ପରକିୟା ପ୍ରୀତି ଖବର ଜାଣି କରି ହେଉ । ସବୁବେଳେ ଏହି ଅଭିନେତ୍ରୀମାନେ ପତିଙ୍କ ପାଇଁ ଜଣେ ଆଦର୍ଶ ପତ୍ନୀର ଭୂମିକାର ତୁଲାଇଛନ୍ତି । ପତିମାନଙ୍କର ସବୁ ନଖରାମୀ ଜାଣି କରି ମଧ୍ୟ ତାଙ୍କ ସାଥି କେବେ ଛାଡ଼ି ନାହାଁନ୍ତି ।

ଆସନ୍ତୁ ଜାଣିବା ଏହି ଅଭିନେତାମାନଙ୍କ ବିଷୟରେ କେଇପଦ ।

ଆଦିତ୍ୟ ପଞ୍ଚୋଲି : ଆଦିତ୍ୟ ଅଭିନେତ୍ରୀ ଜରୀନା ବହାବଙ୍କୁ ବିବାହ କରିଥିଲେ । ହେଲେ ପୂଜା ବେଦୀଙ୍କ ପ୍ରେମରେ ପଡ଼ିଗଲେ । ଦୁହେଁ ଦୁହିଁଙ୍କୁ ଲୁଚି ଲୁଚି ମଶିବାକୁ ଲାଗିଲେ । କିଛିଦିନ ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଗଲା । ପୁଣି ଆଦିତ୍ୟ କଙ୍ଗନା ରଣାଓ୍ଵତଙ୍କ ସହ ପ୍ରେମରେ ପଡ଼ିଗଲେ । ପୁଣି ତାଙ୍କ ସହ ମଧ୍ୟ ସମ୍ପର୍କ ତୁଟିଗଲା । ଏତେ ସତ୍ତ୍ୱେ ଜରିନା ଆଦିତ୍ୟଙ୍କ ସାଙ୍ଗ କେବେ ବି ଛାଡ଼ି ନାହାଁନ୍ତି ।

jarina

ରାଜ କପୁର : ରାଜ କପୁରଙ୍କୁ ବଲିଉଡ୍‌ରେ ‘ଶୈାମେନ୍‌’ ନାମରେ ମଧ୍ୟ ଜାଣନ୍ତି । ରାଜ କପୁର ୧୯୪୬ରେ କୃଷ୍ଣା ମାଲ୍‌ହୋତ୍ରାଙ୍କୁ ବିବାହ କରିଥିଲେ । ପୁଣି ରାଜ କପୁର ନର୍ଗିସ ଦତ୍ତଙ୍କ ପ୍ରେମରେ ପଡ଼ିଗଲେ । ଦୁହେଁ ଦୁହିଁଙ୍କୁ ବହୁତ ପ୍ରେମ କରୁଥିଲେ । କୁହାଯାଏ ଭାରତୀୟ ସିନେମାରେ ରାଜ କପୁର ଓ ନର୍ଗିସଙ୍କ ପ୍ରେମ କାହାଣୀ ଅମର ରହିଛି । ନର୍ଗିସଙ୍କ ସହ ସମ୍ପର୍କ ଭାଙ୍ଗିଗଲା ପରେ ରାଜ କପୁର ବୈଜୟନ୍ତି ମାଲାଙ୍କୁ ମନ ଦେଇ ବସିଲେ । ଏହା ପରେ ଜିନତ୍‌ ଅମାନ୍‌ଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏତେ ସବୁ ସମ୍ପର୍କ ସତ୍ତ୍ୱେ ପତ୍ନୀ କୃଷ୍ଣା ରାଜ୍‌ଙ୍କୁ ଛାଡ଼ି ଚାଲି ଯାଇ ନଥିଲେ ।

nargis

ଅମିତାଭ୍‌ ବଚ୍ଚନ : ଅମିତାଭ୍‌ଙ୍କ ନାମ ଆଜି ବି ରେଖାଙ୍କ ସହ ଯୋଡା ଯାଏ । ରେଖା ଓ ଅମିତାଭଙ୍କ ମିଳନ ପ୍ରଥମ ଥର ପାଇଁ ଫିଲ୍ମ ‘ଦୋ ଅଞ୍ଜାନେ’ ସେଟ୍‌ରେ ହୋଇଥିଲା । ଅମିତାଭ ଜୟା ବଚ୍ଚନଙ୍କୁ ବିବାହ କଲେ । ହେଲେ ରେଖାଙ୍କ ସହ ଅତି ନିବିଡ଼ତାର ସହ ମିଶୁଥିଲେ । କୁହାଯାଏ ଫିଲ୍ମ ‘ସିଲ୍‌ସିଲା’ ରେଖା, ଅମିତାଭ ଓ ଜୟାଙ୍କ ରିୟଲ୍‌ ଲାଇଫ୍‌ର ଷ୍ଟୋରୀ । ରେଖା ଓ ଅମିତାଭଙ୍କ ସମ୍ପର୍କ ଜାଣି ବି ଜୟା କେବେ ଅମିତାଭଙ୍କୁ ଛାଡ଼ି ଚାଲିଯାଇ ନାହାଁନ୍ତି ।

rekha

ଗୋବିନ୍ଦା : ଗୋବିନ୍ଦା ୧୯୮୭ରେ ସୁନିତା ଆହୁଜାଙ୍କୁ ବିବାହ କଲେ । ହେଲେ ଗୋବିନ୍ଦା ଓ ରାଣୀ ମୂଖାର୍ଜିଙ୍କ ଯୋଡି ବଲିଉଡ୍‌ରେ ସବୁଠୁ ହିଟ୍‌ ଯୋଡି । ଫିଲ୍ମ କରୁ କରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । କୁହାଯାଏ, ଗୋବିନ୍ଦା ତାଙ୍କର ବୈବାହିକ ଜୀବନରେ ଝଡ଼ ଆସୁ ଚାହୁଁ ନଥିଲେ । ତେଣୁ ସେ ରାଣୀଙ୍କ ସହ ସମ୍ପର୍କ କାଟିବାକୁ ବାଧ୍ୟ ହୋଇଥିଲେ ।

rani

ଶାହାରୁଖ ଖାନ୍‌ : ରୋମାନ୍ସ ବାଦଶାହ ଶାହାରୁଖ ଖାନ୍‌ ଏମିତି ଅଭିନେତା ଯାହାଙ୍କୁ ଯେ କେହି ଚାହାନ୍ତି । ଶୁଣାଯାଏ, ଫିଲ୍ମ ‘ଡନ୍‌’ ସୁଟିଂ ସେଟ୍‌ରେ ଶାହାରୁଖଙ୍କ ସହ ପ୍ରିୟଙ୍କା ଚୋପ୍‌ଡାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଏହା ଜାଣିବା ପରେ ଶାହାରୁଖଙ୍କ ପତ୍ନୀ ଗୈାରୀ ଖାନ୍‌ ଶାହାରୁଖଙ୍କୁ ପ୍ରିୟଙ୍କା ସହ ଫିଲ୍ମ କରିବାକୁ ବାରଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଉଭୟଙ୍କ ବୈବାହିକ ଜୀବନ ବହୁତ ସଫଳ ବୋଲି କୁହାଯାଏ ।

Leave A Reply

Your email address will not be published.