ଖୁସି ଖବର ଦେବାକୁ ଯାଉଛନ୍ତି କମେଡିଆନ୍‌ ଭାରତୀ ସିଂ, ୨୦୨୨ରେ ଘରକୁ ଆସିବେ ନୂଆ ଅତିଥି

ଟିଭି ଇଣ୍ଡଷ୍ଟ୍ରୀ କମେଡି କୁଇନ୍‌ ଭାବେ ବେଶ୍‌ ଜଣାଶୁଣା ଭାରତୀ ସିଂ। ଭାରତୀ ଏବଂ ହର୍ଷ ଲାମ୍ବାଚିଆ ଦୁହେଁ ତାଙ୍କ କମେଡି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଦୁହିଁଙ୍କ କମେଡି ଦର୍ଶକଙ୍କୁ ପାଗଳ କରି ରଖିଛି। ହେଲେ ବର୍ତ୍ତମାନ ଦୁହେଁ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। କିନ୍ତୁ ଏବେ ଭାରତୀ ତାଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। ଭାରତୀ ଏବଂ ହର୍ଷଙ୍କ ଦୁହେଁ ଖୁବ୍‌ଶୀଘ୍ର ବାପା ମାଆ ହେବାକୁ ଯାଉଛନ୍ତି । ୨୦୨୨ରେ ତାଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଭାରତୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖବର ଦେଇଛନ୍ତି।

ତେବେ ଏକ ସାକ୍ଷାତକାରରେ ଉଭୟଙ୍କ ଜଣେ ଘନିଷ୍ଠ ବନ୍ଧୁ ଭାରତୀ ଗର୍ଭବତୀ ଥିବା ଖବରକୁ ନେଇ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ତାଙ୍କୁ ସେ ଅଧିକ ବାହାରକୁ ଯାଉ ନାହାନ୍ତି ଏବଂ ସବୁକିଛି ବହୁତ କମ୍‌ ପ୍ରୋଫାଇଲରେ ରଖାଯାଇଛି। ଭାରତୀ କପିଲ ଶର୍ମାଙ୍କ ଶୋ’ରୁ ବି କିଛିଦିନ ବିରତି ନେଇଛନ୍ତି । ଭାରତୀଙ୍କୁ ସବୁବେଳେ ତାଙ୍କ ଫ୍ୟାନ୍ସ ଏମିତି ଖବର ପଚାରନ୍ତି। କିନ୍ତୁ ଭାରତୀ ସବୁବେଳେ ମା’ ହେବାକୁ ନେଇ ନିଜକୁ ତାତ୍ସଲ୍ୟ କରନ୍ତି।

ଭାରତୀ ଏକ ଭିଡିଓ ସେୟାର କରି କହିଛନ୍ତି, ‘ ଏହା ଆମର ସବୁଠାରୁ ବଡ ସରପ୍ରାଇଜ, କ’ଣ ପାଇଁ ରହିଗଲେ… କରିଦିଅନ୍ତୁ ସବସ୍କ୍ରାଇବ..’। ଭାରତୀଙ୍କ ଏପରି ପୋଷ୍ଟରେ ଏବେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଫ୍ୟାନ୍ସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

A post shared by Bharti Singh (@bharti.laughterqueen)

ଅନ୍ୟପକ୍ଷରେ ଏହି ଖବରକୁ ଭାରତୀ ଗ୍ରହଣ କରିନାହାନ୍ତି କି ମନା ମଧ୍ୟ କରିନାହାନ୍ତି। ସେ କହିଛନ୍ତି, ‘ମୁଁ ଏହାକୁ ଅସ୍ବୀକାର କରିବି ନାହିଁ କି ନିଶ୍ଚିତ କରିବି ନାହିଁ। କିନ୍ତୁ ଯେତେବେଳେ ଉପଯୁକ୍ତ ସମୟ ଆସିବ, ମୁଁ ଖୋଲାଖୋଲି ଭାବରେ ଏହା ବିଷୟରେ କହିବି। ମୁଁ ଏହାକୁ ଲୁଚାଇ ପାରିବି ନାହିଁ, ଏହା ଲୁଚାଇବା କଥା ହିଁ ନୁହେଁ। ନିକଟରେ ଭାରତୀ ଏବଂ ହର୍ଷ ବିଗବସ୍‌ ୧୫ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.