Below header

କେବିସି- ୧୧ ସୋ’ର ପିଛା ଛାଡ଼ୁନି ବିବାଦ, ଏହି କାରଣରୁ ଅମିତାଭ ବଚ୍ଚନ ମାଗିଲେ ଦେଶବାସୀଙ୍କୁ କ୍ଷମା

ଦେଶର ଜଣାଶୁଣା ରିଆଲିଟି ସୋ ‘କୌନ ବନେଗା କରୋଡ଼ ପତି’ର ସିଜିନ-୧୧ ସୋ’ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛି । ବିଭିନ୍ନ କାରଣ ନେଇ ଏହା ଚର୍ଚ୍ଚାରେ ରହିଆସିଥିବା ବେଳେ ନିକଟରେ ଏଥିରେ ପଚରା ଯାଇଥିବା ଏକ ପ୍ରଶ୍ନକୁ ନେଇ ବିବାଦ ଘନେଇଥିଲା । ପ୍ରକୃତରେ ବିଗ- ବି ଅମିତାଭ ବଚନଙ୍କ ଦ୍ୱାରା ପରିଚାଳିତ ଏହି ସୋ’ରେ ମୋଗଲ ସମ୍ରାଟ ଔରାଙ୍ଗଜେବ ଓ ମରାଠା ଶାସକ ଶିବାଜୀଙ୍କୁ ନେଇ ଏକ ପ୍ରଶ୍ନ ପଚରା ଯାଇଥିଲା । ପ୍ରଶ୍ନ ଟିରେ ଔରାଙ୍ଗଜେବଙ୍କୁ ବେଶ ସମ୍ମାନର ସହ ମୋଗଲ ସମ୍ରାଟ କହି ସମ୍ବୋଧନ କରାଯାଇଥିଲା । କିନ୍ତୁ ଅପସନରେ ଦିଆଯାଇଥିବା ବେଳେ ଶିବାଜୀଙ୍କ ନାଁ ପୂର୍ବରୁ କିଛି ଲଗାଯାଇ ନଥିଲା । ଯେବେକି ପ୍ରାୟ ସବୁ ଠାରେ ଛତ୍ରପତି ଶିବାଜୀ କହି ସମ୍ବୋଧନ କରାଯାଇଥାଏ ।

ଏହା ସହ ପଢନ୍ତୁ: ଅନୁଷ୍କା ସେୟାର କଲେ ନିଜର ହଟ୍‌ ଫଟୋ, ବିରାଟ କୋହଲୀ ଦେଲେ ଏପରି ରିୟାକସନ୍‌

ଏହା ପରେ ସୋ’କୁ ଦେଶର ବିଭିନ୍ନ ପ୍ରାନ୍ତରୁ ଧମକ ମାନ ଲଗାତାର ଆସିବାକୁ ଲାଗିଥିଲା । ବିରୋଧର ତୀବ୍ରତା ଧୀରେ ଧୀରେ ଘନଉଥିବା ଲକ୍ଷ କରି ଚ୍ୟାନେଲ ତରଫରୁ କ୍ଷମା ମଗା ଯାଇଥିଲା । ଏମିତିକି ସୋ’ ପରିଚାଳକ ଅମିତାଭ ବଚ୍ଚନ ମଧ୍ୟ ନିଜ ସୋସିଆଲ ଆକାଉଣ୍ଟ ମାଧ୍ୟମରେ କ୍ଷମା ମାଗିଥିଲେ । ଅମିତାଭ ସୋ’ର କ୍ରିଏଟିଭ ହେଡ଼ଙ୍କ ଟ୍ୱିଟକୁ ରୀ ଟ୍ୱିଟ କରି ଲେଖିଥିଲେ କାହାକୁ ଅପମାନିତ କରିବା ମୋର କୌଣସି ଲକ୍ଷ ନଥିଲା । ଯଦି ଏହା କାହା ଭାବନା କୁ କ୍ଷତି ପହଞ୍ଚାଇଥାଏ ତେବେ ମୁଁ ସମସ୍ତଙ୍କୁ ଭୁଲ ମାଗି ନେଉଛି । ସୋ’ର କ୍ରିଏଟିଭ ହେଡ଼ ସିଦ୍ଧାର୍ଥ ବାସୁ ବି ନିଜ ତରଫରୁ ଭୁଲ ମାଗିଛନ୍ତି । ଏହା ପୂର୍ବରୁ ସୋନି ଚ୍ୟାନେଲ ନିଜ ଅସାବଧାନତା କାରଣରୁ ଏପରି ଏକ ଭୁଲ ହୋଇଛି ବୋଲି ଦେଶ ବାସୀଙ୍କୁ ଭୁଲ ମାଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.