କିଟ୍ ବିଶ୍ୱବିଦ୍ୟାଳୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ୧୫ତମ ସମାବର୍ତ୍ତନ ଉତ୍ସବରେ ଦେଲେ ଯୋଗ
ଭୁବନେଶ୍ବର(କେନ୍ୟୁଜ୍): କିଟ୍ ବିଶ୍ୱବିଦ୍ୟାଳୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । କିଟ୍ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି । କହିଛନ୍ତି ସଂସଦ ଗଣତନ୍ତ୍ରର ମନ୍ଦିର । ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚିବା ଆବଶ୍ୟକ ରହିଛି । ‘ଟେକ୍ନିକର ବହୁତ ଆଦ୍ରୁତି ବଢ଼ିଛି ଫଳରେ ‘ଶିକ୍ଷା, ସାମାଜିକ ପରିବର୍ତ୍ତନରେ ଆଦ୍ରୁତି ବଢ଼ିଛି । ସେହିପରି ‘ଭାରତରେ ସର୍ବାଧିକ ମତଦାନ ହୋଇଛି ବୋଲି ଲୋକସଭା ବାଚସ୍ପତି କହିଛନ୍ତି । ସେହିପରି କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ।
ଏହି ଅବସରରେ ସେ କିସ ପରିଦର୍ଶନ କରିଥିଲେ । କହିଛନ୍ତି କିସ୍ ଶିକ୍ଷାର ମନ୍ଦିର । ଶିକ୍ଷା ମାଧ୍ୟମରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିଥିବାରୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଓମ୍ ବିର୍ଲା । ଏଥିସହ କିସ୍ ଛାତ୍ରଛାତ୍ରୀଙ୍କ ଅନୁଶାସନକୁ ପ୍ରଂଶସା କରିଥିଲେ ।