ପୁଅ ସହିଦ୍ ହେବା ପରେ ମା’ କରୁଛନ୍ତି ଏଭଳି କାର୍ଯ୍ୟ, ଯାହା ଶୁଣିଲେ ଆପଣ ମଧ୍ୟ ରୋକିପାରିବେନି ନିଜ ଲୁହ

କୌଣସି ବିକଶିତ ସମାଜର କଳ୍ପନା ଶିକ୍ଷା ବିନା ଅସମ୍ଭବ। ସମାଜ ତଥା ଦେଶ ବିକାଶ ଶିକ୍ଷା ଦ୍ୱାରା ହିଁ ସମ୍ଭବ। ସରକାର ଶିଶୁଙ୍କୁ ଉତ୍ତମ ଶିକ୍ଷାଦାନ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଆଜି ବି କେତେକ ସ୍ଥାନରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସମାଜର କେତେକ ଲୋକେ ନିଜ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଗାଜିଆବାଦର ଇନ୍ଦିରାପୁରମ୍ର ବାସିନ୍ଦା ସହିଦ ସ୍କ୍ଵାର୍ଡନ୍ ଲିଡର ଶିଶିର ତିଓ୍ଵାରିଙ୍କ ମା’ ସବିତା ତିଓ୍ଵାରି। ପୁଅ ସହିଦ ହେବା ପରେ ସବିତା ଅସହାୟ ପିଲାଙ୍କୁ ଶିକ୍ଷିତ କରିବାକୁ ପ୍ରତିଜ୍ଞା ନେଇଛନ୍ତି।
ଶିଶିର ୨୦୧୭ ଅକ୍ଟୋବର ୬ ତାରିଖରେ ଅରୁଣାଚଳ ପ୍ରଦେଶର ତବାଙ୍ଗଠାରେ ଏମ୍ଆଇ-୧୭ ହେଲିକପ୍ଟର ଦୁର୍ଘଟଣାରେ ଇହଧାମ ତ୍ୟାଗ କରିଥିଲେ। ତାଙ୍କ ପୂରା ପରିବାର ଇନ୍ଦିରାପୁରରେ ବାସ କରୁଛନ୍ତି। ତାଙ୍କ ପିତା ଶରତ ତିଓ୍ଵାରି ମଧ୍ୟ ଜଣେ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଥିଲେ। ନିକଟରେ ସେ ଅବସର ଗ୍ରହଣ କରିଛନ୍ତି। ପୁଅର ଏଭଳି ଅଚାନକ ମୃତ୍ୟୁ ପରେ ଜଣେ ମା’ ଭାଙ୍ଗିପଡ଼ିବା ସ୍ୱାଭାବିକ୍। ମାତ୍ର ସବିତା ଏଭଳି ପରିସ୍ଥିତିରେ ଭାଙ୍ଗି ନପଡ଼ି ଅସହାୟ ପିଲାଙ୍କୁ ପାଠ ପଢ଼ାଇ ସମାଜରେ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ଶିକ୍ଷା ଦାନ କରୁଛନ୍ତି। ସେ ସପ୍ତାହରେ ୫ ଦିନ ୪ରୁ ୫ ଘଣ୍ଟା ପିଲାଙ୍କୁ ପାଠ ପଢ଼ାଉଛନ୍ତି।
ଏହାସହ ପଢ଼ନ୍ତୁ: ତିନି ଛୁଆଙ୍କ ସହ ବାଘୁଣୀ ନଦୀରୁ ପାଣି ପିଉଥିବା ଦୁର୍ଲ୍ଲଭ ଭିଡିଓ ଭାଇରାଲ
ସବିତାଙ୍କ କହିବାନୁସାରେ, ସେ ଆଖପାଖର କେତେକ ପିଲାଙ୍କୁ ଜରି ଗୋଟାଉଥିବା ଦେଖିଥିଲେ। ସେତେବେଳେ ତାଙ୍କ ମାତୃ ହୃଦୟ କାନ୍ଦି ଉଠିଥିଲା। ସେ ଏଭଳି ଅସହାୟ ପିଲାଙ୍କ ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କରି ସେମାନଙ୍କୁ ଶିକ୍ଷାଦାନ କରିବାକୁ ମନସ୍ଥ କରିଥିଲେ। ପରେ ସେ ପିଲାଙ୍କ ପାଇଁ ଏକ ସ୍କୁଲ ଖୋଲିଛନ୍ତି।