Below header

ବାପାଙ୍କ ମୃତ୍ୟୁର ୧୬ ଦିନ ପରେ ମଶାଣିରେ ବଡପୁଅ ଘଟାଇଲେ ଏପରି କାଣ୍ଡ, ଜାଣନ୍ତୁ ପୂରା ଘଟଣା

ଭୁବନେଶ୍ୱର : ବାପା ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ପଟିଆ ଅଞ୍ଚଳର ଜଣେ ଯୁବକ ଏପରି କାଣ୍ଡ ଘଟଣାଇଛନ୍ତି, ଯାହା ବିଷୟରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହା କୌଣସି ଦୁଗର୍ମ ଅଞ୍ଚଳର ଘଟଣା ନୁହେଁ ବରଂ ଖୋଦ୍‌ ରାଜଧାନୀରେ ଏପରି ଘଟଣା ଘଟିଛି।

ଘଟଣା ମୁତାବକ, ଭୁବନେଶ୍ୱର ପଟିଆ ଅଞ୍ଚଳର କିଶୋର ଚନ୍ଦ୍ର ରାଉତ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୨୦ ଦିନର ଚିକିତ୍ସା ପରେ କିଶୋର ରାଉତଙ୍କ ମୃତ୍ୟୁ ହୋଇଥିଲା। ହସପିଟାଲରେ ଏ ବାବଦରେ ତାଙ୍କର ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା।

କିନ୍ତୁ ବାପାଙ୍କ ମୃତ୍ୟୁର ୧୬ ଦିନ ପରେ ବଡ ପୁଅ ନିରଞ୍ଜନ ରାଉତ ମାନସିକ ଭାରସାମ୍ୟ ହରାଇ ଏପରି ଏକ କାଣ୍ଡ ଘଟାଇଛନ୍ତି। ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇପଡିବେ। ବାପା ସ୍ୱର୍ଗରେ କିପରି ବୁଲିବେ, କେଉଁ ଗାଡି ଚଳାଇବେ ତାହା ଭାବି ପୁଅ ଏକ Etios cross କାରକୁ ଜାଳି ଦେଇଛନ୍ତି। ସ୍ୱର୍ଗରେ ବାପା ଏହି କାରରେ ବୁଲିବେ ବୋଲି ମଶାଣିକୁ ନେଇ କାରକୁ ଜାଳିଦେଇଛନ୍ତି। ଯାହାର ଭିଡିଓ ଏବେ ଦେଖିବାକୁ ମିଳିଛି। ଯୁବକଙ୍କ ଏଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.