Below header

ଯାଜପୁର:  ଜୁଏଲର୍ସ ଦୋକାନ ସଟର କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଯାଜପୁର(କେନ୍ୟୁଜ୍): ଜୁଏଲର୍ସ ଦୋକାନ ସଟର କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ମଧୁବନ ବଜାରରେ। ଏଠାରେ ଥିବା ହର ସାହୁଙ୍କ ସ୍ୱସ୍ତିକ ଜୁଏଲର୍ସ ଦୋକାନ ସଟର କଟାଯାଇଥିବା ଆଜି ସକାଳୁ ସ୍ଥାନୀୟ ବ୍ୟବସାୟୀ ଦେଖିବାକୁ ପାଇଥିଲେ। ପରେ ଦୋକାନରେ ଥିବା ସୁନା, ରୁପା ଓ ଅନ୍ୟାନ୍ୟ ଅଳଙ୍କାର ସାମଗ୍ରୀ ଲୁଟ ହୋଇଥିବା ଦୋକାନ ମାଲିକ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩ଲକ୍ଷ ହେବ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଶୁକ୍ରବାର ରାତି ୧ଟା ପରେ ଏହି ଲୁଟ ହୋଇଥିବା ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡିଛି। ଏପରିକି ଜଣେ ଦୁର୍ବୁତ୍ତର ଚେହେରା କ୍ୟାମେରାର କଏଦ ହୋଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମଧୁବନ ବଜାରରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଢିଲା ଥିବାରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.