Below header

ପରପୁରୁଷ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ଉପାୟ ନପାଇ ସ୍ତ୍ରୀ କଲା ଏମିତି କାର୍ଯ୍ୟ

ସ୍ୱାମୀଙ୍କ ଉପରେ ବିରକ୍ତ ହୋଇ ଜଣେ ମହିଳା ପୁଅ ସହ ଏକ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ରାଜସ୍ଥାନର ଝୁୁନ୍‌ଝୁନ୍‌ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସମେତ ପୁଅକୁ ଉଦ୍ଧାର କରିଛି।

ଏହାସହ ପଢ଼ନ୍ତୁ: ତିନି ଛୁଆଙ୍କ ସହ ବାଘୁଣୀ ନଦୀରୁ ପାଣି ପିଉଥିବା ଦୁର୍ଲ୍ଲଭ ଭିଡିଓ ଭାଇରାଲ

ପୋଲିସର ସୂଚନା ମୁତାବକ, ତିନିଦିନ ପୂର୍ବରୁ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ ମହିଳାଙ୍କ ସ୍ୱାମୀ ତାଙ୍କୁ ଜବରଦସ୍ତି ଅନୈତିକ କାର୍ଯ୍ୟ କରିବାକୁ କହୁଥିଲା। ନଭେମ୍ବର ୨ ତାରିଖରେ ଦିଅରକୁ ଆଣି ତା ସହ ଖରାପ ସମ୍ପର୍କ ରଖିବାକୁ ସ୍ୱାମୀ ବାଧ୍ୟ କରିଥିଲା। ମହିଳା ଜଣକ ମନା କରିବାକୁ ତାଙ୍କୁ ମାର୍‌ପିଟ୍‌ ମଧ୍ୟ କରିଥିଲା। ପୁଅ ମା’କୁ ଉଦ୍ଧାର କରିବାକୁ ଯିବାକୁ ତାକୁ ମଧ୍ୟ ବାଡ଼ି ଓ ଲୁହାରଡ଼ରେ ବାଡ଼ିଆପିଟା କରିଥିଲେ। ଫଳରେ ତା ମୁଣ୍ଡ ଫାଟିଯାଇଥିଲା।

ମହିଳା ଜଣକ କହିଛନ୍ତି ଯେ ସେ ଅଭିଯୋଗରେ ଦର୍ଶାଇଥିଲେ ଯଦି ସ୍ୱାମୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ଆତ୍ମହତ୍ୟା କରିବେ। ମାତ୍ର ପୋଲିସ ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ ଓଲଟା ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲା। ଏଥିସହ ସ୍ୱାମୀ ମଧ୍ୟ ତାକୁ ଜୀଳନ୍ତା ଜାଳିଦେବାକୁ ଫୋନ୍‌ ଯୋଗେ ଧମକ ଦେଇଥିଲେ। ଫଳରେ ଅନ୍ୟ ଉପାୟ ନ ପାଇ ମହିଳା ପୁଅ ସହ ଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କହିଛନ୍ତି। ପୋଲିସ କର୍ମଚାରୀ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ଏହାସହ ପଢ଼ନ୍ତୁ: ପୁଅ ସହିଦ୍‌ ହେବା ପରେ ମା’ କରୁଛନ୍ତି ଏଭଳି କାର୍ଯ୍ୟ, ଯାହା ଶୁଣିଲେ ଆପଣ ମଧ୍ୟ ରୋକିପାରିବେନି ନିଜ ଲୁହ

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ବେରୋଜଗାର ଓ ସବୁଦିନ ମଦ୍ୟପାନ କରି ଆସି ତାଙ୍କୁ ମାରପିଟ୍‌ କରିଥାନ୍ତି। ସ୍ୱାମୀଙ୍କ ଯୋଗୁ ପୁଅର ପାଠ ପଢ଼ା ମଧ୍ୟ ବନ୍ଦ ହୋଇଛି। ପୁଅ ଓ ସେ ମିଶି ଏବେ ପରଘରେ ମୁଲ ଲାଗି ଘର ଚଲାଉଛନ୍ତି ବୋଲି ମହିଳା ଜଣକ କହିଛନ୍ତି। ତେବେ ପୋଲିସ ଖୁବ୍‌ଶୀଘ୍ର ପଦକ୍ଷେପ ନେବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.