Below header

ଆଲିୟା-ରଣବୀରଙ୍କ ବିବାହକୁ ନେଇ ବଡ଼ ଭବିଷ୍ୟବାଣୀ, ମୁସ୍କିଲରେ ପଡ଼ିପାରେ ସମ୍ପର୍କ!

ଆଲିୟା ଭଟ୍ଟ ଓ ରଣବୀର କପୁର ନିଜ ରିଲେଶନଶିପ୍‌କୁ ନେଇ ଲଗାତାର ଚର୍ଚ୍ଚାରେ ରହିଆସୁଛନ୍ତି। ଗତ କିଛିଦିନ ତଳେ ସେମାନେ ମନାଲିରେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ କରିଥିଲେ। ତେବେ ଏହି ଦୁଇଜଣଙ୍କ ବିବାହର ଖବର ସବୁବେଳେ ସାମ୍ନାକୁ ଆସୁଥିବା ବେଳେ ଦୁହେଁ କିନ୍ତୁ ଏ ନେଇ କୌଣସି ମୁହଁ ଖୋଲି ନ ଥାଆନ୍ତି। ହେଲେ ବର୍ତ୍ତମାନ ଆଲିୟା ଓ ରଣବୀରଙ୍କ ବିବାହକୁ ନେଇ ଏକ ବଡ଼ ଭବିଷ୍ୟବାଣୀ ହୋଇଛି।

ଏହାସହ ପଢ଼ନ୍ତୁ: ବ୍ରେଡ୍-ବଟର ଭଳି ହୋଇଥାଏ ଆକ୍ଟିଂ ଏବଂ ସେକ୍ସ : କାର୍ତ୍ତିକ ଆରିୟନ୍‌

ଭବିଷ୍ୟବାଣୀକୁ ନେଇ ବିରଳ ଭୟାନୀ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଛନ୍ତି। ଆଲିୟା ଓ ରଣବୀରଙ୍କ ବିବାହକୁ ନେଇ ଏହି ଭବିଷ୍ୟବାଣୀ ଆଚାଯ୍ୟର୍ ବିନୋଦ କୁମାର କରିଛନ୍ତି। ଏଥିରେ ସେ କହିଛନ୍ତି, ‘ଆଲିୟା ଓ ରଣବୀରଙ୍କ କୁଣ୍ଡଳୀ ହିସାବରେ ୨୦୧୯ ଅକ୍ଟେବାରରୁ ୨୦୨୦ ପଯ୍ୟର୍ନ୍ତ ଦୁଇଜଣଙ୍କ ବିବାହ ଯୋଗ ରହିଛି’।

ali3

‘ଶୁକ୍ର, ଯାହାକୁ ପ୍ରେମ ଏବଂ ରୋମାନ୍ସର ଗ୍ରହ ବୋଲି କୁହାଯାଏ, ତାହା ଏହି ଦୁଇଜଣଙ୍କ କୁଣ୍ଡଳୀରେ ସକାରାତ୍ମକ ସ୍ଥିତିରେ ଅଛି। ତେବେ ଆଲିୟାଙ୍କ କୁଣ୍ଡଳୀରେ ଏମିତି ବି ସଙ୍କେତ ରହିଛି, ଯାହାକି ଏହି ସମ୍ପର୍କରେ କିଛି ଭ୍ରମ ସୃଷ୍ଟି କରିପାରେ। ଯେଉଁଥିପାଇଁ ବିବାହରେ ବିଳମ୍ବ ମଧ୍ୟ ଘଟିପାରେ’।

ଏହାସହ ପଢ଼ନ୍ତୁ: ନଓ୍ଵାଜୁଦ୍ଦିନ୍‌ ସିଦିକିଙ୍କ ଉପରେ ପଡିଲା ଦୁଃଖର ପାହାଡ, ଜାଣନ୍ତୁ କଣ ହେଲା ଏମିତି

ଆଉ ମଧ୍ୟ କୁହାଯାଇଛି କି, ‘ଯଦି ଏହି ଦୁଇଜଣ ବିବାହ କରନ୍ତି, ତା’ହେଲେ ଏହି ବନ୍ଧନ ସେମାନଙ୍କ କ୍ୟାରିୟରକୁ ଆହୁରି ଆଗକୁ ନେବ। ସେମାନଙ୍କୁ କୌଣସି ବି ଶକ୍ତି ରୋକିପାରିବ ନାହିଁ’। କହି ରଖୁଛୁ କି, କିଛିଦିନ ତଳେ ଆଲିୟା ଓ ରଣବୀରଙ୍କ ନକଲି ବିବାହ କାର୍ଡ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.