ପୂର୍ବତନ ବିଗ୍‌ବସ୍‌ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ, ନିକଟରେ କରୋନାରୁ ହୋଇଥିଲେ ସୁସ୍ଥ

ପୂର୍ବତନ ବିଗ୍‌ବସ୍‌ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ ଘଟିଛି। ସେ ଦୀର୍ଘ କିଛି ମାସ ଧରି ରୋଗାଗ୍ରସ୍ତ ଥିଲେ। ୩ ମାସ ତଳେ ତାଙ୍କୁ କରୋନା ହୋଇଥିଲା। ପରେ ତାଙ୍କର ଚିକିତ୍ସା ଏମ୍‌ସରେ ଜାରି ରହିଥିଲା। କିଛି ଦିନ ତଳେ ସେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ। କିଛି ସମୟ ପୂର୍ବରୁ ସେ ଏନ୍‌ସିଆର ସ୍ଥିତ ଡିଏଲ୍‌ଏଫ୍‌ ଅଙ୍କୁର ବିହାରର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଏନେଇ ତାଙ୍କ ବନ୍ଧୁ ମୁକେଶ ଜୈନ୍‌ଙ୍କ ପୁଅ ଅର୍ଜନ୍‌ ଜୈନ୍‌ ସୂଚନା ଦେଇଛନ୍ତି। ଅର୍ଜୁନ୍‌ କହିଛନ୍ତି, ୧୫ ଦିନ ତଳେ ସ୍ୱାମୀ ଜୀଙ୍କୁ ପାରାଲିସିସ୍‌ ଆଟାକ୍‌ ହୋଇଥିଲା। ସେବେ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ଓ ଆଜି ତାଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଦିଲ୍ଲୀର ବୋଧଘାଟରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.