ଏଥର ବିଗବସ୍ 14ରେ ତଡକା ଲଗାଇବାକୁ ଆସିପାରନ୍ତି ଭୋଜପୁରୀ ଅଭିନେତ୍ରୀ ଆମ୍ରପାଲି ଦୁବେ

ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍’ରେ ରବି କିଶନ, ମନୋଜ ତିୱାରୀ, ନିରହୁଆ, ଖେସରୀ ଲାଲ, ସମ୍ଭାବନା ସେଟ୍, ମୋନାଲିସା ଭଳି ଅନେକ ଭୋଜପୁରୀ ତାରକାଙ୍କୁ ଦେଖିଛନ୍ତି । ତେବେ ଏଥର ବିଗ୍ ବସ୍ 14ରେ ଭୋଜପୁରୀର କେଉଁ ତାରକା ଘର ଭିତରକୁ ଯିବେ ସେନେଇ ବହୁତ ଚର୍ଚ୍ଚା ଚାଲିଛି ।

ଏଥର ଆମ୍ରପାଲି ଦୁବେଙ୍କ ନାମ ଉପରେ ଆଲୋଚନା ହେଉଛି । ସୂଚନା ଅନୁଯାୟୀ ଅମ୍ରାପାଲି ଏବଂ ନିରୁହୁଙ୍କ ଯୋଡି ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ଯୋଡି । ଏହି ଯୋଡି ସର୍ବଦା ନିଜ ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ପାଗଳ କରିଥାନ୍ତି ।

 

View this post on Instagram

 

Aaye haaye mirchi 🌶🌶🌶

A post shared by Dubey Aamrapali 🎀 (@aamrapali1101) on


ଆମ୍ରପାଲି ଦୁବେ ମୁମ୍ବାଇ, ୟୁପି ଭବନ କଲେଜରୁ ସ୍ନାତକ ହାସଲ କରିଛନ୍ତି । ପ୍ରଥମେ ସେ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ପରେ ସେ ଅଭିନୟରେ ନିଜର କ୍ୟାରିଅର କରିଥିଲେ । 2014 ରେ ସେ ଭୋଜପୁରୀ ସିନେମାରେ ଦୀନେଶ ଲାଲ ଯାଦବଙ୍କ ଚଳଚ୍ଚିତ୍ର ‘ନିରହୁଆ ରିକ୍ସାୱାଲା’ ଦ୍ୱାରା ଖ୍ୟାତି ଅର୍ଜନ କରିଥିଲେ ।

ବିଗବସ୍ 14 ବିଷୟରେ କହିବାକୁ ଗଲେ, ଶୋ’ର ନିର୍ମାତାମାନେ କରୋନାକୁ ଧ୍ୟାନରେ ରଖି ସମସ୍ତ ସତର୍କତା ଏବଂ ନିର୍ଦ୍ଦେଶାବଳୀ ଫଲୋ କରୁଛନ୍ତି । ଶୋ’ରେ ପ୍ରବେଶ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ମଧ୍ୟ କୁହାଯାଉଛି । ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ଅଂଶଗ୍ରହଣକାରୀମାନଙ୍କୁ ଶୋ’ରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.