Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୯୮୦ ଜଣ କରୋନା ଆକ୍ରାନ୍ତ, ୯୦ ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୯୮୦ ଜଣ କରୋନା ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୯୦ ହଜାର ପାର କରିଛି । ମୋଟ ଉପରେ ଦେଖିବାକୁ ଗଲେ ଏହି ସଂଖ୍ୟା ୯୦୩୩୧ ରେ ପହଂଚିଛି । ଆଜିର ସୁସ୍ଥଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ଥିବା ବେଳେ ୨୬୩ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ଖୋର୍ଦ୍ଧା । ଯେବେକି ଗଂଜାମରୁ ୨୧୨ ଜଣ ଆରୋଗ୍ୟ ଲାଭ କରିବା ସହ ଜିଲ୍ଲା ତାଲିକାର ତୃତୀୟ ସ୍ଥାନରେ ଅଛି ।

ଯେବେକି ଜାରି ହୋଇଥିବା ସୂଚନା ମୁତାବକ ମୟୁରଭଞ୍ଜରୁ ୨୦୭ ଜଣ, ସମ୍ବଲପୁରରୁ ୧୩୩ ଜଣ, ବଲାଙ୍ଗୀରରୁ ୧୨୬ ଜଣ, ନୟାଗଡରୁ ୧୧୪ ଜଣ ଆରୋଗ୍ୟଲାଭ କରିଛନ୍ତି । ଅନ୍ୟପକ୍ଷରେ ପୁରୀରୁ ୧୧୪ ଜଣ, ବାଲେଶ୍ୱରରୁ ୧୧୧ ଜଣ, କୋରାପୁଟରୁ ୧୦୩ ଜଣ, କେନ୍ଦ୍ରାପଡ଼ାରୁ ୯୧ ଜଣ ଗତ ୨୪ ଘଣ୍ଟା ଭିତରେ ଆରୋଗ୍ୟଲାଭ କରିଥିବା ଜଣାଯାଇଛି ।

ବରଗଡ଼ରୁ ୮୭ ଜଣ, ଅନୁଗୁଳ, କେଉଁଝରରୁ ୮୦ ଜଣ ଲେଖାଏଁ, ରାୟଗଡା ୭୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ଏହା ପଛକୁ ସୁନ୍ଦରଗଡାରୁ ୬୮ ଜଣ, ଝାରସୁଗୁଡାରୁ ୬୭ ଜଣ, ଭଦ୍ରକ ଜିଲ୍ଲାରୁ ୬୪
ଜଣ , ମାଲକାନଗିରିରୁ ୬୧ ଜଣ, ଜଗତସିଂହପୁରରୁ ୩୮ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ନୂଆପଡା, କନ୍ଧମାଳ, ଗଜପତି, ନବରଙ୍ଗପୁର, ଯାଜପୁର ଜିଲାରୁ ୧୩୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯେବେକି କଳାହାଣ୍ଡି ୧୦ ଜଣ, ଦେବଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.