‘ଝଲକ ଦିଖଲାଜା ୧୦’ରେ ନଜର ଆସିବେ ଶିଳ୍ପା ସିନ୍ଧେ, ଅଭିନୟ ପରେ ଦେଖାଇବେ ଡ୍ୟାନ୍ସ ଜଲଓ୍ଵା

ସେଲିବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ ‘ଝଲକ ଦିଖଲାଜା ୧୦’କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ୬ ବର୍ଷ ପରେ ପୁଣି ପରଦାକୁ ଫେରୁଛି ଡ୍ୟାନ୍ସ ରିଆଲିଟି ଶୋ। ଏହି ଶୋ ଜରିଆରେ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ଡ୍ୟାନ୍ସ ଜଲଓ୍ଵା ନେଇ ଫେରୁଛନ୍ତି। ଏଥିରେ ଅନୁପମା ଫେମ୍ ଅଭିନେତା ପରାସ ଏବଂ ନିଆ ଶର୍ମାଙ୍କ ଠାରୁ ନୀତିଙ୍କ ପର୍ଯ୍ୟନ୍ତ ଏହି ଶୋ’ର ଏକ ଅଂଶ ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ‘ଭାବିଜୀ ଘର ପର ହେଁ’ ଫେମ୍ ଶିଳ୍ପା ସିନ୍ଧେ ମଧ୍ୟ ଏହି ଶୋ’ରେ ସାମିଲ୍ ହେବ। ଆଉ ଶିଳ୍ପାଙ୍କୁ ନେଇ ଫ୍ୟାନ୍ସ ବେଶ୍‌ ଉତ୍ସାହିତ ରହିଛନ୍ତି।

ସୂଚନା ମୁତାବକ, ‘ବିଗ୍ ବସ୍’ ସିଜନ ୧୧ର ବିଜେତା ହେବା ପରେ ଶିଳ୍ପା ଖୁବ୍ ଲୋକପ୍ରିୟତା ପାଇଥିଲେ। ଏବେ ତାଙ୍କର ‘ଝଲକ ଦିଖଲା ଜା’ରେ ଡ୍ୟାନ୍ସ ଧମାଲ୍ ଦେଖିବାକୁ ମିଳିବ। ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖବର । ଏହାଛଡା ଶିଳ୍ପା ଭାବିଜୀ ଘର ପେ ହେ ଟିଭି ସିରିଅଲରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଶେଷ ଥର ପାଇଁ ତାଙ୍କୁ ଏକ ୱେବ୍ ସିରିଜ୍ ରେ କାମ କରୁଥିବାର ଦେଖିବାକୁ ମିଳିଥିଲା।

ଆକ୍ଟିଂରେ ସମସ୍ତଙ୍କ ହୃଦୟ ଜିତିଥିବା ଶିଳ୍ପା ଏବେ ଡ୍ୟାନ୍ସ ଜରିଆରେ ଫ୍ୟାନ୍ସଙ୍କ ମନ ଜିଣିବାକୁ ଯାଉଛନ୍ତି। ଶୋ’ରେ ଜଜ୍ ଭାବରେ ମାଧୁରୀ ଦୀକ୍ଷିତଙ୍କ ସହ ନୋରା ଫତେହୀ, କରଣ ଜୋହରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଶୋରେ ନିଆ ଶର୍ମା, ଧୀରଜ ଧୁପର, ହିନା ଖାନ, ନୀତି ଟେଲର, ପାରସ କଲନାଓ୍ଵତ ନଜର ଆସିବେ।

Leave A Reply

Your email address will not be published.