Below header

ନିଜଠୁ ୧୫ ବର୍ଷ ବଡ଼ ମହିଳାଙ୍କୁ ବିବାହ କରିଥିଲେ ନାସିରୁଦ୍ଦିନ ଶାହ : ଜନ୍ମଦିନରେ ଜାଣନ୍ତୁ ଏହି ବରିଷ୍ଠ ଅଭିନେତାଙ୍କୁ ନେଇ କିଛି ଅଜଣା କଥା

୬୮ ବର୍ଷରେ ପାଦ ଦେଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ। ବିଗତ ଦିନର ଅଭିନେତା ତାଙ୍କର ଜନ୍ମ ୨୦ ଜୁଲାଇ ୧୯୫୦ ମହିହା ଉତ୍ତର ପ୍ରଦେଶର ବାରାବଙ୍କୀରେ ହୋଇଥିଲା। ୧୯୮୦ ମହିହାରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ନାସିରୁଦ୍ଦିନ ନିଜ ଅଭିନୟରେ ସମସ୍ତଙ୍କୁ ବିମୋହିତ କରିଦେଇଥିଲେ। ଫିଲ୍ମରେ ତାଙ୍କର ଉତ୍ତମ ଅଭିନୟ ପାଇଁ ସେ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ। ତାଙ୍କ ଜନ୍ମଦିନରେ ଆମେ ତାଙ୍କ ବ୍ୟକ୍ତିଗତ ଜୀବନି ସହିତ ଯୋଡି ହୋଇଥିବା କିଛି ଘଟଣା ନେଇକି ଆସିଛୁ। ନସୀରଙ୍କର ବ୍ୟକ୍ତିଗତ ଜୀବନ ବହୁତ କୌତୁହଳପୂର୍ଣ୍ଣ ରହିଛି।

nasiruddinନାସିରୁଦ୍ଦିନ ଶାହ ୨୦ ବର୍ଷ ବୟସରେ ନିଜଠୁ ୧୫ ବର୍ଷ ବଡ ମନାରା ସୀକାରୀଙ୍କୁ ବାହା ହୋଇଥିଲେ। ମନାରାଙ୍କୁ ପରବୀନା ମୁରାଦ ନାମରେ ମଧ୍ୟ ଜଣାଯାଏ। ଯେତେବେଳେ ନାସିରୁଦ୍ଦିନ ଘର ଲୋକଙ୍କୁ ମନାରାଙ୍କୁ ବାହାହେବା ପାଇଁ କହିଥିଲେ ସେତେବେଳେ ତାଙ୍କ ବାପା,ମା’ କ୍ରୋଧିତ ହୋଇଯାଇଥିଲେ। କାରଣ ମନାରା ନାସିରଙ୍କ ଠାରୁ ବୟସରେ ୧୫ ବର୍ଷ ବଡ ଥିଲେ। କେବଳ ସେତିକି ନୁହେଁ ସେ ପୁର୍ବରୁ ବାହା ହୋଇଥିଲେ ଏବଂ ତାଙ୍କର ଗୋଟେ ଛୁଆ ମଧ୍ୟ ଥିଲା।

naseeruddin shahପରିବାର ଲୋକଙ୍କ ମନା କରିବା ସତ୍ତ୍ବେ ନାସିରୁଦ୍ଦିନ ମାନି ନଥିଲେ ଏବଂ ମନାରାଙ୍କୁ ବାହା ହୋଇଥିଲେ। ବାହାଘରର ଏକ ବର୍ଷ ପରେ ଦୁହିଁଙ୍କର ଏକ ଝିଅ ହେଲା। ଯାହାର ନାମ ହୀବା ଶାହ। ହୀବାଙ୍କୁ ଯେତେବେଳେ ଗୋଟେ ବର୍ଷ ହୋଇଥିଲା ନସିରୁଦ୍ଦିନ ଓ ମନାରାଙ୍କ ମଧ୍ୟରେ ବାଦବିବାଦ ଆରମ୍ଭ ହେଲା ଏବଂ ସେମାନେ ଅଲଗା ଅଲଗା ରହିବାକୁ ଲାଗିଲେ। ୧୯୮୨ରେ ନାସିରୁଦ୍ଦିନ ଏବଂ ମନାରାଙ୍କର ଶେଷରେ ଛାଡପତ୍ର ହୋଇଗଲା।

ମନାରା କିଛି ବର୍ଷ ପରେ ହୀବାକୁ ନେଇ ଇରାନ ପଳେଇଲେ। ହୀବା ଯେତେବେଳେ ବଡ ହେଲେ ସେ ତାଙ୍କ ବାପାଙ୍କ ପାଖକୁ ଚାଲି ଆସିଲେ। ସେଠାରେ ସେ ତାଙ୍କ ବାପା, ସାବତ ମା’ ଏବଂ ସାବତ ଭାଇ ଓ ଭଉଣୀ ସହିତ ରହିବାକୁ ଲାଗିଲେ। ନସୀର ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ନେସନାଲ ସ୍କୁଲ ଅଫ ଡ୍ରାମାରେ ଆକ୍ଟିଙ୍ଗର କୋର୍ସ କଲେ।

nassiruddinଏହି ଠାରୁ ନାସିରୁଦ୍ଦିନ ଶାହ ତାଙ୍କ ନୂଆ ଜୀବନ ଆରମ୍ଭ କଲେ। ୧୯୭୫ରେ ତାଙ୍କର ଭେଟ ରତ୍ନା ପାଠକଙ୍କ ସହିତ ହେଲା। ରତ୍ନା ସେହି ସମୟରେ କଲେଜରେ ପାଠ ପଢ଼ୁଥିଲେ। ଦୁହେଁ ୧୯୮୨ରେ ବଡ ଧୁମଧାମରେ ବାହା ହୋଇଥିଲେ। ନାସିର ଏବଂ ରତ୍ନାଙ୍କର ଦୁଇଟି ପୁଅ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.