Below header

ଓଲିଉଡ୍ ପାଇଁ ଅଶୁଭ କି ସୋମବାର ? ଚାଲିଛି ଲୋକଙ୍କ ଭିତରେ ଚର୍ଚ୍ଚା

କଣ ସୋମବାର ଓଲିଉଡ୍ ପାଇଁ ଅଶୁଭ ? ଜୁଲାଇ ୨୦ ସୋମବାର ଦିନ ଦେହାନ୍ତ ହେଲା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର । ଗତକାଲି ଜୁଲାଇ ୨୭ ତାରିଖ । ଏହି ଦିନ ପରପାରିକୁ ଚାଲିଗଲେ ଆଲବମ୍ କୁଇନ୍ ଦୀପା ସାହୁ । ଏହାପରେ ସାଧାରଣ ଲୋକଙ୍କ ଭିତରେ ଚାଲିଛି ଆଲୋଚନା । ଲଗାତର ଦୁଇଟି ଶ୍ରାବଣ ସୋମବାରରେ ଦୂଇ ଜଣ ଲୋକପ୍ରିୟ କଳାକାରଙ୍କର ନିଧନ ହୋଇଛି ।
ତେବେ ସେ ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ ଲୋକଙ୍କ ଭିତରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ଉଭୟ କଳାକାର ଅନେକ ଦିନରୁ ଗୁରୁତର ଅସୁସ୍ଥ ଥିଲେ । ତେବେ ଫରକ ଏତିକି ବିଜୟ ମହାନ୍ତିଙ୍କୁ ହୋଇଥିଲା ୭୦ ବର୍ଷ ଏବଂ ଦୀପାଙ୍କୁ ଠିକ୍ ତାର ଅଧା ଅର୍ଥାତ୍ ୩୫ ବର୍ଷ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.