ପ୍ଲାଜମା ଦାନ କରିଥିବା ୫ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ: ପ୍ଲାଜମା ଦାନ କରିଥିବା ୫ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କଟକ ଅଗ୍ନିଶମ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ପଶ୍ଚିମବଙ୍ଗରେ ଅମ୍ଫନ ମୁୁକାବିଲା ପାଇଁ ୩୭୨ଜଣ ଅଗ୍ନିଶମ କର୍ମଚାରୀ ଯାଇଥିଲେ । ସେଠାରୁ ଫେରିବା ପରେ ୧୯୦ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ସୁସ୍ଥ ହେବା ପରେ କିଛି କୋଭିଡ ଯୋଦ୍ଧା ନିଜ ଇଚ୍ଛାରେ ପ୍ଲାଜମା ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଓ ଆଇଜି ଅସିତ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.