Below header

ଆଜି ମାଟ୍ରିକ ପରୀକ୍ଷା ଫଳ: ଦିନ ସାଢେ ୧୧ଟାରୁ ପରୀକ୍ଷା ଫଳ ବୋର୍ଡର ଦୁଇଟି ୱେବସାଇଟରେ ଉପଲବ୍ଧ ହେବ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ସାଢେ ଏଗାରଟାରୁ ପରୀକ୍ଷା ଫଳ ବୋର୍ଡର ଦୁଇଟି ୱେବସାଇଟରେ ଉପଲବ୍ଧ ହେବ । www.bseodisha.ac.in, www.bseodisha.nic.inରେ ମିଳିବ ପରୀକ୍ଷା ଫଳ। ୱେବସାଇଟରେ ନିଜ ରୋଲ ନମ୍ବର ଦେଇ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ ଜାଣି ହେବ । OR01<ROLL NO> ଲେଖି ୫୬୭୬୭୫୦କୁ ଏସଏମଏସ ପଠାଇଲେ ରେଜଲ୍ଟ ଜାଣି ହେବ ।

ଏହାସହ ପରୀକ୍ଷାଫଳ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫିସରେ ଏକ କଣ୍ଟ୍ରୋଲ ରୁମ ଖୋଲିବ । ଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏ ଏହି କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ରେଜଲ୍‌ଟ ପ୍ରକାଶ ପରଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରିବ । ଏଥିପାଇଁ ଦୁଇଟି ଟେଲିଫୋନ ନମ୍ବର ୦୬୭୧-୨୪୧୨୦୫୯ ଏବଂ ଅନ୍ୟଟି ୦୬୭୧-୨୪୧୨୦୬୦ ଜାରି କରାଯାଇଛି । ଚଳିତବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.