ଲୋକପ୍ରିୟ କଳାକାର ମନୋଜ ବାଜପେୟୀ କରୋନା ପଜିଟିଭି ଚିହ୍ନଟ, ଘରେ ହେଲେ କ୍ବାରେଣ୍ଟାଇନ
ବଲିଉଡ ଅଭିନେତା ମନୋଜ ବାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭି ଜାଣିବା ପରେ ମନେଜା ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି। ନିକଟରେ ଏକ ଫିଲ୍ମର ସୁଟିଂ କରୁଥିଲେ ମନୋଜ ବାଜପେୟୀ । କିନ୍ତୁ କରୋନା ପଜିଟିଭି ମିଳିବା ପରେ ସୁଟିଂକୁ ବନ୍ଦ କରିଦିଆଯାଇଛି।
ମନୋଜଙ୍କ ଟିମ୍ ଦେଇଥିବା ବୟାନ ଅନୁଯାୟୀ, ‘ ଫିଲ୍ମର ନିର୍ଦ୍ଦେଶକ କରୋନା ଶିକାର ହେବା ପରେ ମନୋଜ ବାଜପେୟୀ ନିଜର କରୋନା ଟେଷ୍ଟ କରିଥିଲେ। ତାଙ୍କ ଟେଷ୍ଟ ମଧ୍ୟ ପଜିଟିଭି ଆସିଲା। ତେଣୁ ଅପକମିଂ ଫିଲ୍ମର ସୁଟିଂକୁ ବନ୍ଦ କରିଦିଆଯାଇଛି। ଏବେ ମନୋଜଙ୍କ ଅବସ୍ଥା ଠିକ୍ ରହିଛି। ନିଜକୁ ଘରେ କ୍ବାରେଣ୍ଟାଇନ କରିଛନ୍ତି।
ନିକଟରେ ରଣବୀର କପୁର କରୋନା ପଜିଟିଭି ଆସିବା ପରେ ଆଲିଆ ମଧ୍ୟ ନିଜକୁ କ୍ବାରେଣ୍ଟାଇନରେ ରଖିଚନ୍ତି। ରଣବୀରଙ୍କ ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ମଧ୍ୟ କୋଭିଡ ୧୯ର ଶିକାର ହୋଇଥିଲେ।