ଗଣେଶ ପୂଜାରେ ବଲିଉଡ୍‌ ଷ୍ଟାରଙ୍କ ଟ୍ରାଡିସ୍‌ନାଲ ଲୁକ୍‌, ଦେଖନ୍ତୁ କିଏ କ’ଣ ପିନ୍ଧିଛନ୍ତି

ଅମ୍ବାନୀ ପରିବାର ଦ୍ୱାରା କରାଯାଉଥିବା ସମସ୍ତ ପ୍ରୋଗ୍ରାମ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିବାହ ହେଉ ବା କୌଣସି ଉତ୍ସବ ଅମ୍ବାନୀ ପରିବାରର ସବୁ ଇଭେଣ୍ଟରେ ବଲିଉଡର ଆକ୍ଟରଙ୍କୁ ଦେଖିବାକୁ ମିଳେ। ଏବେ ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ଅମ୍ବାନୀ ପରିବାର ତରଫରୁ ବିରାଟ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମୁକେଶ ଓ ନୀତା ଅମ୍ବାନୀ ପୂଜାର ସମସ୍ତ ଆୟୋଜନ କରୁଥିବା ବେଳେ ଏଥର ଆକାଶ ଓ ଶ୍ଲୋକା ବିବାହ ପରେ ସମସ୍ତ ଆୟୋଜନ କରିଛନ୍ତି।

 

ଗଣେଶ ପୂଜା ଅବସରରେ ଅମ୍ବାନୀ ପରିବାର ତରଫରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ସମସ୍ତ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ଟ୍ରାଡିସ୍‌ନାଲ ଗେଟଅପ୍‌। ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ଚାର୍ମିଙ୍ଗ୍‌ ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀଙଙ୍କୁ ପାର୍ଟିରେ ଶାଢ଼ିରେ ଦେଖିବାକୁ ମିଳିଥିଲା।
ଶ୍ରାବଣର ଆଗମନରେ ସାରା ଦେଶ ଉତ୍ସବମୁଖରିତ ହୋଇପଡ଼ିଛି। ଏବେ ଗଣେଶ ଚତୁର୍ଥୀ ପାଇଁ ମହାରାଷ୍ଟ୍ର ସମେତ ସାରା ଦେଶରେ ଗଣପତିଙ୍କ ଆରାଧନା ଆରମ୍ଭ ହୋଇଛି। ତେବେ ଅମ୍ବାନୀ ପରିବାରର ଗଣପତିଙ୍କ ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀଙ୍କ ଲୁକ୍‌ କିନ୍ତୁ ଥିଲା ନିଆରା।

ଏଥିସହ ପଢ଼ନ୍ତୁ: ପୁଣି ଟ୍ଵିଷ୍ଟ, ରାକ୍ଷୀ ସାୱନ୍ତଙ୍କ ଗର୍ଭରେ ନିଜ ପିଲା ବଢୁଛି ବୋଲି ଦାବିକଲେ ଦିପକ୍ କଲାଲ୍, ଏବଂ କହିଲେ..

ବଲିଉଡ୍‌ର ଏଭରଗ୍ରୀନ୍‌ ଷ୍ଟାଇଲିସ୍‌ ଅଭିନେତ୍ରୀ ରେଖା ଏକ ପିଙ୍କ୍‌ ଏବଂ ଗୋଲଡ କଲରର କାଞ୍ଜିବରମ୍‌ ସିଲ୍କ ଶାଢ଼ିରେ ନଜର ଆସିଥିଲେ। ଏଥିସହ ସେ ଏକ ଛୋଟ ହ୍ୟାଣ୍ଡ ବ୍ୟାଗ୍‌ କ୍ୟାରି କରିଥିଲେ।

ସେହିପରି ଚୁଲ୍‌ବୁଲି ଆଲିଆଙ୍କୁ ସିଫନ୍‌ ଫ୍ଲୋରାଲ ପ୍ରିଣ୍ଟରେ ଶାଢ଼ିରେ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା।

କରିସ୍ମା କପୁର ମଧ୍ୟ ଅମ୍ବାନୀ ପରିବାରର ଏହି ଉତ୍ସବରେ ଯୋଗ ଦେଇଥିଲେ। କରିସ୍ମା ପାର୍ଟିରେ ଏକ ରା ମ୍ୟାଙ୍ଗୋର ରେଡ୍‌ ପିଙ୍କ୍‌ କମ୍ବିନେସନ୍‌ର ଶାଢ଼ିରେ ପୂରା ଷ୍ଟନିଂ ଲାଗୁଥିଲେ। କରିସ୍ମା ଶାଢ଼ି ସହ ମୋଜ୍‌ଡି କ୍ୟାରି କରିଥିଲେ।

ସମସ୍ତ ଅଭିନେତାଙ୍କୁ କୁର୍ତ୍ତା ଓ ସେରବାନିରେ ଦେଖିବାକୁ ମିଳିଥିଲା। ପାର୍ଟିରେ କାଜଲ, କୃତି ସେନନ୍‌, ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ସଚୀନ ତେନ୍ଦୁଲକର, ଅମୀର ଖାନ୍‌, କ୍ୟାଟ୍ରିନ୍‌ କୈଫ୍‌, ବିଦ୍ୟା ବଲାନ୍‌, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.