କୋଟି କୋଟି ଟଙ୍କା ଠକେଇର ଶିକାର ହେଲେ ବଲିଉଡ ଆକ୍ଟ୍ରେସ, ଜାଣନ୍ତୁ କଣ ହୋଇଛି ଘଟଣା

ଧୁମ ଆକ୍ଟ୍ରେସ ରିମି ସେନ ଏକ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟବସାୟୀ ତାଙ୍କୁ ୪.୧୪ କୋଟି ଟଙ୍କାର ଚୂନକାଳୀ ବୋଳି ଦେଇଥିବା ଜଣାଯାଇଛି । ଆକ୍ଟ୍ରେସଙ୍କ ଅନୁଯାୟୀ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ୩୦ ପ୍ରତିଶତ ସୁଧରେ ତାଙ୍କ ଠାରୁ ଟଙ୍କା ଉଦ୍ଧାରରେ ନେଇଥିଲେ । ପରେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇସ୍ଥିତ ଖାର ପୋଲିସ ମାର୍ଚ୍ଚ ୨୯ ତାରିଖରେ ଏକ ଏଫଆଇଆର ଦର୍ଜ କରିଛନ୍ତି । ପୋଲିସକୁ ଦେଇଥିବା ବୟାନରେ ରିମି କହିଛନ୍ତିକି ସେ ଏକ ପ୍ରଡକ୍ସନ ହାଉସ ଚଳାନ୍ତି । ଯାହାର କାର୍ଯ୍ୟାଳୟ ଖାରରେ ଅବସ୍ଥିତ । ୨୦୧୯
ମସିହାରେ ଅଂଧେରୀ ସ୍ଥିତ ଡିଏନ ନଗର ଅଂଚଳରେ ସେ ଉକ୍ତ ବ୍ୟବସାୟୀ ରୋୖନକ ବ୍ୟାସଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ପରେ ଦୁହେଁ ଭଲ ସାଙ୍ଗ ପାଲଟିଯାଇଥିଲେ ।

ଏହା ପରେ ବ୍ୟାସ ରିମିଙ୍କୁ ଏକ ଇନଭେଷ୍ଟମେଣ୍ଟପ୍ଲାନର ପ୍ରସ୍ତାବ ଦେଇଥିଲେ । ସେ କହିଥିଲେକି ଖୁବ ଶୀଘ୍ର ସେ ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି । ଯଦି ଆଗକୁ ରିମି ସେହି ବିଜିନେସରେ ଇନଭେସ୍ଟ କରନ୍ତି ତେବେ ତାଙ୍କୁ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ । କଥାରେ ପ୍ରଲୋଭିତ ହୋଇ ରିମି ବ୍ୟାସଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହା ପରେ ୨୦୧୯
ନଭେମ୍ବର ମାସରୁ ୨୦୨୦ ନଭେମ୍ବର ଭିତରେ ରିମି ପାଖାପାଖି ୪.୧୪ କୋଟି ଟଙ୍କା ସୁଧ ଆକାରରେ ନେଇଥିଲେ । ଆଉ ଯେବେ ନିଜ ଟଙ୍କା ଫେରସ୍ତ ମାଗିଥିଲେ ବ୍ୟାସ କୌଣସି କଥା ଶୁଣି ନଥିଲେ । ଆଉ ଏମିତିକି ତାଙ୍କୁ ଧୀରେ ଧୀରେ ଅଣଦେଖା କରିବାକୁ ଲାଗିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.