ପିଲାବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ ଏସବୁ ଫିଲ୍ମଷ୍ଟାର, ଏବେ ବି ଅଛନ୍ତି ଭଲ ସାଙ୍ଗ ହୋଇ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପ୍ରାୟ ସବୁ ଅଭିନେତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥାଏ। ଏଣୁ ସେମାନେ ନିଜ ପିଲାଙ୍କୁ ମଧ୍ୟ ଗୋଟିଏ ସ୍କୁଲରେ ପଢ଼ାଇଥାନ୍ତି। ଆଜି ଆମେ ଆପଣଙ୍କୁ କେତେକ ଏମିତି ବଲିଉଡ୍‌ ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ ଗୋଟିଏ କ୍ଲାସରେ ପଢ଼ିଛନ୍ତି। ଏହି ସେଲିବ୍ରିଟିମାନେ ସ୍କୁଲରେ ଏକାଠି ପଢ଼ିବା ସହ ଫିଲ୍ମରେ ବି ଏକାଠି ପାଦ ଥାପିଛନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ ସେଲିବ୍ରିଟି କ୍ଲାସ୍‌ମେଟ୍‌…

ଶ୍ରଦ୍ଧା କପୁର-ଟାଇଗର ଶ୍ରଫ୍‌:

sradha tiger

ଏହି ଦୁଇ ଜଣଙ୍କୁ ଆପଣମାନେ ଏକାଠି ପରଦାରେ ଦେଖିଥିବେ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏମାନେ କ୍ଲାସମେଟ୍‌। ଶ୍ରଦ୍ଧା ଓ ଟାଇଗର ଏକାଠି ମୁମ୍ବାଇର ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଶ୍ରଦ୍ଧା ଟାଇଗରଙ୍କ କ୍ରସ୍‌ ବି ଥିଲେ।

କରଣ ଜୋହର- ଟ୍ଵିଙ୍କିଲ ଖାନ୍ନା:

karan twinkle

କରଣ ଓ ଟ୍ଵିଙ୍କିଲ ପିଲାବେଳୁ ଏକାଠି ପଢ଼ିଛନ୍ତି। ଟ୍ଵିଙ୍କିଲ ନିଜ ବାୟୋଗ୍ରାଫିରେ କରଣ ଓ ସେ ଏକାଠି ବୋର୍ଡିଂ ସ୍କୁଲରେ ପଢ଼ୁଥିବା ଲେଖିଛନ୍ତି।

ଅନୁଷ୍କା ଶର୍ମା-ସାକ୍ଷୀ ସିଂହ ଧୋନି:

sakhi anuska

ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ଏକାଠି ଗୋଟିଏ ସ୍କୁଲରେ ପଢ଼ିଛନ୍ତି। ସ୍କୁଲ ଦିନରେ ସାକ୍ଷୀ ଓ ଅନୁଷ୍କା ଆସାମର ସେଣ୍ଟ ମ୍ୟାରିସ୍‌ ସ୍କୁଲରେ ଏକାଠି ପଢ଼ୁଥିଲେ।

ଅମିର ଖାନ୍‌-ସଲମାନ ଖାନ୍‌:

amir salman

ଅନ୍ଦାଜ ଅପନା ଅପନା ଫିଲ୍ମରେ ଏକାଠି କାମ କରିଥିବା ଅମିର ଓ ସଲମାନ୍‌ ପିଲାବେଳର ବନ୍ଧୁ। ଉଭୟେ ଦ୍ୱିତୀୟ ଶ୍ରେଣୀରେ ଏକାଠି ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଏବେ ବି ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.