Below header

ସଲମାନଙ୍କୁ ଡ୍ଯାନ୍ସ ଶିଖାଇସାରିଥିବା ଏହି କୋରିଓଗ୍ରାଫର୍ ଚଲାଉଥିଲେ ସେକ୍ସ ରାକେଟ୍, ବିଦେଶକୁ ପଠାଉଥିଲେ ମଡେଲ୍

ବଲିଉଡକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସିଥାଏ । କିଛି ସେଥିରୁ ମନୋରଞ୍ଜନ କରିଥାଏ ତ ଆଉ କିଛି ହୋଇଥାଏ ଚାଂଚଲ୍ଯକର । ଏବେ ପୁଣି ସେମିତି ଏକ ଖବର ଆସିଛି । ମୁମ୍ବାଇ ପୋଲିସ୍ ହାତରେ ଏମିତି ଏକ ମୋହରା ଲାଗିଛି ଯାହା ଖୋଲିଦେଇଛି ବଲିଉଡର ଅନେକ ରହସ୍ଯ । ବଲିଉଡରେ ବେଶ୍ଯାବୃତ୍ତି ଧନ୍ଦା କରୁଥିବା ଜଣେ ଦଲାଲ୍ ଗିରଫ ହୋଇଛନ୍ତି । ହେଲେ ଆଶ୍ଚର୍ଯ୍ଯଜନକ କଥା ହେଉଛି ସେ ଜଣେ ଜଣାଶୁଣା କୋରିଓଗ୍ରାଫର ଯିଏ ସଲମାନ ଖାନଙ୍କୁ ମଧ୍ୟ ଡ୍ଯାନ୍ସ ଶିଖାଇସାରିଛନ୍ତି । ଅଭିଯୋଗ ଅନୁଯାୟୀ,ମହିଳା ଜଣକ ଷ୍ଟ୍ରଗଲିଙ୍ଗ ଆକ୍ଟ୍ରେସଙ୍କୁ ଡ୍ଯାନ୍ସ ଶିଖାଇବା ବାହାନାରେ ଦେହବ୍ଯବସାୟ କରାଉଥିଲେ । କେବଳ ସେତିକି ନୁହେଁ ତାଙ୍କର ନେଟୱର୍କ ମୁମ୍ବାଇରୁ ଆରମ୍ଭ ହୋଇ ଦରିଆ ପାରି ପର୍ଯ୍ଯନ୍ତ ମଧ୍ୟ ଲମ୍ବିଛି । ଯୁବତୀମାନଙ୍କୁ ସେ ଖାଡି ଏବଂ ଆଫ୍ରିକା ଭଳି ଅଂଚଳକୁ ଚାଲାଣ କରୁଥିଲେ ।

susant-ଗିରଫ ହୋଇଥିବା ଏହି କୋରିଓଗ୍ରାଫରଙ୍କ ନାଁ ହେଉଛି ଏଗ୍ରେସ୍ ହେମିଲ୍ଟନ୍ । ୫୬ ବର୍ଷ ବୟସ୍କା ଏହି ମହିଳାଙ୍କୁ ଏବେ  ମୁମ୍ବାଇ ପୋଲିସ୍ ପଚରାଉଚରା କରୁଛି । ଏଗ୍ରେସ୍ ସୁଶାନ୍ତ ସିଂହ ରାଜପୁତଙ୍କୁ ନାଚ ଶିଖାଇସାରିଥିବା ବେଳେ ଡେଜି ଶାହାଙ୍କୁ ମଧ୍ୟ କୋରିଓଗ୍ରାଫି ଶିଖାଇଥିବା କହିଛନ୍ତି । ଏହା ସହ ମୁମ୍ବାଇରେ ଏକ ଡ୍ଯାନ୍ସ କ୍ଲାସ୍ ଚଲାଉଥିବା ଏଗ୍ରେସ୍ ଡ୍ଯାନ୍ସ ଗୁରୁ ଗଣେଷ ଆଚାର୍ଯ୍ଯ ଏବଂ ପ୍ରଭୁ ଦେବାଙ୍କ ସହାୟକ ଭାବରେ କାମ କରିଥିବା ମଧ୍ୟ ଦାବି କରିଛନ୍ତି । ତାଙ୍କର ଏହି ଡ୍ଯାନ୍ସ କ୍ଲାସକୁ ବଡ଼ ବଡ଼ ସେଲିବ୍ରିଟିଙ୍କ ପିଲା ତଥା ମଡେଲ୍ ମାନେ ନାଚ ଶିଖିବାକୁ ଆସିଥାନ୍ତି ।

prabhuଅଭିଯୋଗ ହୋଇଛି ଯେ ଏହି ଡ୍ଯାନ୍ସ କ୍ଲାସକୁ ଆସୁଥିବା ଯୁବତୀମାନଙ୍କୁ ଦେହ ବ୍ଯବସାୟ କରିବା ପାଇଁ ବାଧ୍ୟ କରୁଥିଲେ । ଏହା ସହ କନସର୍ଟ ନାଁ ରେ ଏହି ଯୁବତୀ ମାନଙ୍କୁ ଖାଡି ଏବଂ ଆଫ୍ରିକାକୁ ଦେହ ବ୍ଯବସାୟ ପାଇଁ ପଠାଉଥିଲେ । ସେଠାରେ ଯୁବତୀ ମାନଙ୍କ ଜବରଦସ୍ତ ଏହି କାର୍ଯ୍ଯରେ ଲିପ୍ତ କରାଯାଉଥିଲା । ଏଗ୍ରେସଙ୍କ ନିକଟରୁ ପୋଲିସକୁ କିଛି ଆପତ୍ତି ଜନକ କ୍ଲିପ୍ ମଧ୍ୟ ମିଳିଛି । ତେବେ ଏଗ୍ରେସଙ୍କ ଏହି କଳା କାରନାମା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କେନ୍ଯା ସରକାର ଜଣେ ମଡେଲଙ୍କୁ ଉଦ୍ଧାର କରି ଭାରତ ପଠାଇଥିଲା । ଆଉ ଭାରତ ଆସି ପୋଲିସ୍ ସାମ୍ନାରେ ଏଗ୍ରେସଙ୍କ ଗୁମର ଖୋଲିଥିଲେ ଉକ୍ତ ମଡେଲ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.