ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ପାଇଁ ଏକଜୁଟ ହେଲା ବଲିଉଡ: ବରୁଣ, ମୌନୀଙ୍କ ସହିତ ଏହି ଷ୍ଟାର ମଧ୍ୟ ଉଠାଇଲେ ସ୍ୱର

ସୁଶାନ୍ତଙ୍କ ମୃତ୍ୟୁ ଆଜିକୁ ଦୁଇ ମାସ ହେଲାଣି। କିନ୍ତୁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଆଜିଯାଏଁ ବାହାରିପାରୁନାହିଁ। ଲୋକ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଆସୁଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ଯାଞ୍ଚ କରିବା ପାଇଁ ଏକ ଅଭିଯାନ ମଧ୍ୟ ଚାଲିଛି। ମୁମ୍ବାଇ ପୋଲିସ, ପାଟନା ପୋଲିସ, ସିବିଆଇ ଏମାନଙ୍କ ପରେ ଏବେ ସୁଶାନ୍ତଙ୍କ ସମର୍ଥନରେ ବଲିଉଡ ଷ୍ଟାର ଆଗେଇ ଆସିଛନ୍ତି। କୃତି ସାନନ, କଙ୍ଗନା ରଣାଓ୍ଵତ, ବରୁଣ ଧଓ୍ଵନ, ମୌନୀ ରାୟ, ଅମୀଷା ପଟେଲ ଭଳି କଳାକାର ସୁଶାନ୍ତଙ୍କ ମାମଲରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।

kriti

ବରୁଣ ଧଓ୍ଵନ ଏବଂ ମୌନୀ ରାୟ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ କରିବାକୁ ସମର୍ଥନ କରିଛନ୍ତି। ବରୁଣ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀ#cbiforSS ଲେଖିଛନ୍ତି। ସେହିପରି ମୌନୀ ମଧ୍ୟ ନିଜର ସମର୍ଥନ ଜାହିର କରିଛନ୍ତି।

ବରୁଣ ଏବଂ ମୌନୀଙ୍କ ଭଳି ଅମୀଷା ପଟେଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତଙ୍କସହିତ ଫଟୋ ସେୟାର କରି#cbiforSSR ଲେଖିଛନ୍ତି। ଏମାନଙ୍କ ବ୍ୟତୀତ ଗାୟିକା ଶ୍ୱେତା ପଣ୍ଡିତ ମଧ୍ୟ ସମର୍ଥନ ଜଣାଇଛନ୍ତି। ଶ୍ୱେତା ଟ୍ଵିଟ୍‌ କରି ଲେଖିଛନ୍ତି, ସୁଶାନ୍ତଙ୍କ ପରିବାର ଲୋକଙ୍କୁ ସତ ଜାଣିବାର ଅଧିକାର ରହିଛି। ସତ୍ୟ ସାମ୍ନାକୁ ଆସିବା ନିତାନ୍ତ ଜରୁରୀ।

କୃତି ମଧ୍ୟ ଲେଖିଛନ୍ତି, ମୁଁ ପ୍ରାର୍ଥନା କରୁଛି କି ସତ ଜଲଦି ସମସ୍ତଙ୍କ ସାମ୍ନାକୁ ଆସୁ। ସୁଶାନ୍ତଙ୍କ ପରିବାର, ବନ୍ଧୁ, ଫ୍ୟାନ ସମସ୍ତେ ଚାହୁଁଛନ୍ତି ପ୍ରକୃତ ସତ ସାମ୍ନାକୁ ଆସୁ, ଆଉ ମୁଁ ପ୍ରାର୍ଥନା କରୁଛି, ସିବିଆଇ ଏହା ଯାଞ୍ଚ କରୁ। କେବଳ ଏମାନେ ନୁହେଁ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଏବଂ ଅଭିନେତ୍ରୀ କଙ୍କନା ରଣାଓ୍ଵତ ମଧ୍ୟ ଏହାର ସପୋର୍ଟ କରିଛନ୍ତି। ସେମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ହେଉ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.