ବରୁଣ, କିଆରା, ନୀତୁ କପୁରଙ୍କୁ କରୋନା, ବନ୍ଦ ହେଲା ନୂଆ ଫିଲ୍ମ ‘ଯୁଗ୍ ଯୁଗ୍ ଜିୟୋ’ର ସୁଟିଂ

ଅଭିନେତା ବରୁଣ ଧୱନ, କିଆରା ଆଡଭାନୀ ଏବଂ ନିତୁ କପୁରଙ୍କୁ କରୋନା। ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍ରୁ ଏହି ଖବର ମିଳିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏଥିପାଇଁ ବରୁଣ ଧଓ୍ବନ, କିଆରା ଆଡଭାନୀ ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି।

କରୋନା ସୂଚନା ମିଳିବା ମାତ୍ରେ ଫିଲ୍ମର ସୁଟିଂ ରୋକି ଦିଆଯାଇଛି। ନିକଟରେ ନୀତୁ ସିଂହ, ବରୁଣ ଧଓ୍ବନ, ଅନିଲ କପୁର ଏବଂ କିଆରା ଆଡଭାନୀ ଏହି ଫିଲ୍ମର ପୂରା ଟିମ୍ ସୁଟିଂ ପାଇଁ ଚଣ୍ଡିଗଢ଼ ବାହାରିଥିଲେ। ସୁଟିଂକୁ ଯିବା ପୂର୍ବରୁ ଏମାନେ ଏକାଠି ଏକ ଫଟୋ ସେୟାର କରିଥିଲେ। ଏହି ଫିଲ୍ମ ଋଷି କପୁରଙ୍କ ପରଲୋକ ପରେ ନୀତୁ ସିଂହଙ୍କ ପ୍ରଥମ ଫିଲ୍ମ। ଗୁରୁବାର ଏହି କଳାକାରମାନଙ୍କ ପଜିଟିଭ ହେବାର ସୂଚନା ମିଳିଛି। ଏହା ପରେ ସୁଟିଂକୁ ରୋକି ଦିଆଯାଇଛି।

 

View this post on Instagram

 

A post shared by neetu Kapoor. Fightingfyt (@neetu54)

ନିକଟରେ ବିଜେପି ସାଂସଦ ତଥା ଅଭିନେତା ସନି ଦେଓଲଙ୍କୁ କରୋନା ହୋଇଥିଲା। ସେ ଏବେ ଆଇସୋଲେସନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.