ପ୍ରଥମଥର ନିଜ ବାପାଙ୍କ ସହ ମ୍ୟୁଜିକ ଭିଡିଓରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ସୋନାକ୍ଷୀ ସିହ୍ନା

ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ଝିଅ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ନୂଆ ମ୍ୟୁଜିକ୍ ଭିଡିଓ ‘ଜରୁରତ’ରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ଏହି ମ୍ୟୁଜିକ୍ ଭିଡିଓ ‘ଜରୁରତ’ରେ କିରଣ ବେଦୀ, ସୋନଲ ମାନସିଂହ, ଲକ୍ଷ୍ମୀ ଅଗ୍ରୱାଲ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ଅନି ଚୋଇଙ୍ଗ ଡଲମା ମଧ୍ୟ ନଜର ଆସିବେ।

ଶତ୍ରୁଘ୍ନ ସିହ୍ନା କହିଛନ୍ତି, “ଏହି ଗୀତଟି ଲୋକମାନଙ୍କର ଯନ୍ତ୍ରଣାକୁ ପରିପ୍ରକାଶ କରିବାରେ ସାହାଯ୍ୟ କରିବ । ମୁଁ ଖୁସି ଯେ ଆମେ ଏହି କଠିନ ସମୟ ଦେଇ ଗତି କରିବୁ ଏବଂ ମୁଁ ଏଥିପାଇଁ ମଧ୍ୟ ଖୁସି ଯେ ଏପରି ସକାରାତ୍ମକ ଏବଂ ଗଠନମୂଳକ ପଦକ୍ଷେପରେ ମୁଁ ନିଜର ସ୍ୱର ଦେଇଛି ।”

ଏହି ମ୍ୟୁଜିକ୍ ଭିଡିଓ ‘ଜରୁରତ’କୁ ଲେଖିଛନ୍ତି ଶ୍ରାବଣ ପାଣ୍ଡିର । ସିମ୍ରନ ଚୌଧୁରୀ, ଅଜୟ କେଶୱାନି, ଶ୍ରୁତି ଅନୱିଣ୍ଡ୍, ରାପର ମୁହାଫାଦ ଏବଂ ଭାୟାଲିନାଙ୍କ ସମେତ ଅନ୍ୟ କଳାକାରମାନେ ଏହାକୁ ପରିବେଷଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.