‘ପର୍ସନାଲ ବଡିଗାର୍ଡ’ ପାଇବା ପରେ ଅଜୟ ଦେୱଗନ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ, ଭାଇରଲ ହେଉଛି ଭିଡିଓ

ନିକଟରେ ଅଜୟ ଦେବଗନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ‘ପର୍ସନାଲ ବଡିଗାର୍ଡ’ଙ୍କ ସହିତ କଥା ହେଉଛନ୍ତି । ସେ ନିଜେ ଏହି ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭିଡିଓରେ ସେଠାରେ ଥିବା ତାଙ୍କ ବ୍ୟକ୍ତିଗତ ବଡିଗାର୍ଡ ଆରୋଗ୍ୟସେତୁ ବିଷୟରେ କହୁଛନ୍ତି । ନିଜ ମୋବାଇଲରେ ଆରୋଗ୍ୟସେତୁ ଆପ୍ ଡାଉନଲୋଡ୍ କରିବାକୁ ଭାରତ ସରକାର ଲୋକମାନଙ୍କୁ ନିବେଦନ କରିଥିବା ବେଳେ ଅଜୟ ଦେବଗନ୍ ମଧ୍ୟ ଲୋକଙ୍କୁ ଏ ବିଷୟରେ ସଚେତନ କରାଇବାକୁ ପ୍ରତିଶୃତି ଦେଇଛନ୍ତି । ସେ ଏହି ଭିଡିଓରେ ଆରୋଗ୍ୟସେତୁର ଉପକାରିତା ଏବଂ ଏହାର ଆବଶ୍ୟକତା ବିଷୟରେ କହିଛନ୍ତି ।

ଏହି ଭିଡିଓକୁ ପୋଷ୍ଟ କରିବା ସହ ଅଜୟ ଦେବଗନ୍ ଲେଖିଛନ୍ତି, COVID-19 ସହିତ ଲଢ଼ିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପର୍ସନାଲ ବଡିଗାର୍ଡ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସେତୁ ମୋର ବଡିଗାର୍ଡ ଓ ଆପଣଙ୍କର ମଧ୍ୟ  ବୋଲି କହିଛନ୍ତି ।

ଏହି ଭିଡିଓରେ ଅଜୟ ଦେବଗାନ୍ ବ୍ୟାୟାମ କରୁଥିବା ନଜର ଆସିଛନ୍ତି । ତା’ପରେ ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଆସି କହୁଛନ୍ତି ଯେ ସାର୍ ମୁଁ ଆପଣଙ୍କର ନୂଆ ପର୍ସନାଲ ବଡିଗାର୍ଡ ସେତୁ । ମୁଁ ଏକ ଭିନ୍ନ ପ୍ରକାରର ବଡିଗାର୍ଡ । କରୋନା ଭାଇରସ କବଳରୁ ଆପଣଙ୍କ ଶରୀରକୁ କେବଳ ସେତୁ ହିଁ ରକ୍ଷା କରିପାରିବ । ଯଦି ଆପଣ କରୋନା ପଜିଟିଭ ତାହେଲେ ମୁଁ ଆପଣଙ୍କୁ ଆଗୁଆଁ ସତର୍କ କରିବି । ମୁଁ କହୁଛି ଯେ ଆପଣଙ୍କ ପରିବାର ସଦସ୍ୟ ବିପଦରେ ନାହାଁନ୍ତି । ଯଦି ଆପଣ ଅଜାଣତରେ କରୋନା ପଜିଟିଭ୍ ସହିତ ଯୋଗାଯୋଗ କରନ୍ତି, ତାହେଲେ ମୁଁ ତୁରନ୍ତ ଆପଣଙ୍କୁ ସତର୍କ କରିବି ଯାହାଦ୍ୱାରା ଆପଣ ଏହି ରୋଗକୁ ନିଜ ପରିବାରକୁ ଆସିବାକୁ ଦେବେନାହିଁ । କାରଣ ଭାରତ ସରକାର ୧୩୦ କୋଟି ଭାରତୀୟଙ୍କ ପାଇଁ ବ୍ୟକ୍ତିଗତ ଅଙ୍ଗରକ୍ଷୀ ସୃଷ୍ଟି କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛନ୍ତି, ‘ବହୁତ ବଢିଆ ଅଜୟ ଦେବଗାନ୍, ଆରୋଗ୍ୟସେତୁ ଆମକୁ, ଆମ ପରିବାର ଏବଂ ଆମ ଦେଶକୁ ସୁରକ୍ଷିତ ରଖିବ’ ।

Leave A Reply

Your email address will not be published.