Below header

୩୦ ଏପ୍ରିଲରେ ସାଓମି ଆଣୁଛି Redmi Note 9 ଫୋନ, ମିଳିବ ୪ କ୍ୟାମେରା ଏବଂ ଦମଦାର ବ୍ୟାଟେରୀ

ସାଓମି ଭାରତରେ ଗତ ମାସ ନୋଟ ୯ ସିରିଜର ଦୁଇଟି ଫୋନ ରେଡ଼ମି ନୋଟ ୯ ପ୍ରୋ ଏବଂ ରେଡ଼ମି ନୋଟ ଏବଂ ରେଡ଼ମି ନୋଟ ୯ ପ୍ରୋ ମାକ୍ସ ଲଞ୍ଚ କରିଥିଲେ। ଏଥିରେ ରେଡ଼ମି ନୋଟ ୯ ପ୍ରୋକୁ ସେଲ ପାଇଁ ଉପଲବ୍ଧ କରିଦିଆଯାଇଥିଲା କିନ୍ତୁ ଲକଡାଉନ କାରଣରୁ ରେଡ଼ମି ନୋଟ ୯ ପ୍ରୋ ମାକ୍ସ ସେଲକୁ କ୍ୟାନ୍ସଲ କରିବାକୁ ପଡିଥିଲା। ଏବେ ଏହି ସିରିଜରେ କମ୍ପାନୀ ନୂଆ ଫୋନ ଆଣିବା ପ୍ରସ୍ତୁତିରେ ରହିଛି।

ସାଓମି ସହିତ ଜଡିତ ସୂଚନା ମୁତାବକ କମ୍ପାନୀ ୩୦ ଏପ୍ରିଲକୁ ରେଡ଼ମି ନୋଟ ୯ ସିରିଜର ନୂଆ ଫୋନକୁ ଲଞ୍ଚ କରିବାକୁ ଯାଉଛି। ସାଓମି ଏହି ଫୋନର ନାମ ଜଣାଇନାହିଁ। କିନ୍ତୁ ଏହି ସିରିଜର ଦୁଇଟି ଫୋନ ପୂର୍ବରୁ ହିଁ ଲଞ୍ଚ କରିସାରିଛି। ଏଥିପାଇଁ କୁହାଯାଉଛି ଯେ ନୂଆ ଫୋନ ରେଡ଼ମି ନୋଟ ୯ ହେବ।


ସାଓମି ଟ୍ୱିଟରେ ଲେଖିଛନ୍ତି, ରେଡ଼ମି ନୋଟ ୯ ସିରିଜର ନୂଆ ମେମ୍ବର ଏବଂ ସାଓମି ନୂଆ ପ୍ରଡକ୍ଟସ୍ ମିଳିବା ପାଇଁ ପୁରା ପ୍ରସ୍ତୁତିରେ। ଏହା ସହିତ ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ଲେଖାଯାଇଛି ଇଭେଣ୍ଟରେ ୩୦ ଏପ୍ରିଲକୁ ଅନଲାଇନ ହେବ।

Redmi note 9 ଫିଚର୍ସ

ରେଡ଼ମି ଏହି ଫୋନରେ ୬.୫୩ ଇଞ୍ଚର ଫୁଲ HD+ଡିସପ୍ଲେ ଦିଆଯାଇଥିବା ଅନୁମାନ କରାଯାଉଛି। ଏହାଛଡା ଏହି ଫୋନ ମିଡ଼ିଆଟେକ ହିଲିୟୋ G85 ଅକଟା-କୋର ପ୍ରୋସେସର ଉପରେ କାମ କରିପାରେ। ସାଓମିର ନୂଆ ଫୋନ ଆଣ୍ଡ୍ରଏଡ଼ ୧୦ ଉପରେ ରନ କରିଥାଏ। ଏହି ଫୋନ  3GB / 4GB / 6GB RAM ଅପ୍ସନ ସହିତ ଲଞ୍ଚ କରାଯିବ। ଫୋନରେ 64GB/128GB ଷ୍ଟୋରେଜ ରହିଥିବା ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.