ସୁସ୍ମିତା ସେନଙ୍କ ଯୋଗର ନକଲ କରୁ କରୁ କ୍ରିକେଟର ପ୍ରଜ୍ଞାନ ଓଝାଙ୍କର ହେଲା ଏମିତି ଅବସ୍ଥା, ଫଟୋ ସେୟାର କରି କହିଲେ, ‘ବହୁତ କଷ୍ଟରେ…’

ସୁସ୍ମିତା ସେନଙ୍କ ଯୋଗ କଳାକୁ ନକଲ କଲେ ପ୍ରଜ୍ଞାନ ଓଝା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ନିକଟରେ ଯୋଗ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିରେ ସେ କେବଳ ଗୋଡ଼ ଆଙ୍ଗୁଠି ଉପରେ ପୂରା ଶରୀରକୁ ସନ୍ତୁଳନ କରି ଯୋଗ କରୁଥିବାର ନଜର ଆସିଥିଲେ। ଏହି ଫଟୋକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏବେ ସୁସ୍ମିତା ସେନଙ୍କ ଏହି କଠିନ ଯୋଗ କଳାକୁ ଭାରତର ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ନକଲ କରିଛନ୍ତି। ପ୍ରଜ୍ଞାନ ଗୋଟିଏ ଗୋଡ଼ରେ ବସି ଯୋଗ କରୁଥିବାର ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସେୟାର କରି ସେ କ୍ୟାପସନ ଲେଖିଥିଲେ, ‘ସୁସ୍ମିତା ସେନଙ୍କ ଦ୍ୱାରା କରାଯାଇଥିବା ଏହି ଯୋଗ କଳାକୁ କରିବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି। ଦେଖିବାରେ ଏହା ଯେତିକି କଷ୍ଟ, ଏହାକୁ କରିବା ତା’ ଠାରୁ ଅଧିକ କଷ୍ଟ। ଖାସ କରି ଏହି ମୁଦ୍ରାରେ ରହିବା ଚ୍ୟାଲେଞ୍ଜପୂର୍ଣ୍ଣ’।

ତେବେ ପ୍ରଜ୍ଞାନ ଓଝାଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ବି କରାଯାଉଛି। କହି ରଖୁଛୁ, ଓଡ଼ିଶାର ପ୍ରଜ୍ଞାନ ଓଝା ଚଳିତବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.