Below header

ବୋନି କପୁରଙ୍କ ସହ ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ କଣ ଆସିଲା ରିପୋର୍ଟ

ବୋନି କପୁରଙ୍କ ପରିବାରରେ ହେଲା କରୋନା ଟେଷ୍ଟ। କାରଣ ତାଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀ କିଛି ଦିନ ପୂର୍ବରୁ କରୋନା ଭାଇରସ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। କିନ୍ତୁ ଏହି ତିନି ଜଣ ଷ୍ଟାଫ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। କିନ୍ତୁ ଏହି ଘଟଣା ବିଷୟରେ ଫିଲ୍ମ ପ୍ରଡ୍ୟୁସର ବୋନି କପୁର ନିଜେ ଜଣାଇଛନ୍ତି।

ଏହାସହିତ ସେ ଏହା ମଧ୍ୟ ଜଣାଇଛନ୍ତି ଯେ ତାଙ୍କର, ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କର କୋଭିଡ ୧୯ ଟେଷ୍ଟ ବି ହୋଇଛି। ଯାହା ନେଗେଟିଭ୍‌ ଆସିଛି। ସେ ଟ୍ଵିଟରରେ ଏହା ମଧ୍ୟ ଜଣାଇଛନ୍ତି ଯେ ତାଙ୍କର କ୍ୱାରେଣ୍ଟିନ ସମୟସୀମା ମଧ୍ୟ ଏବେ ଶେଷ ହୋଇଯାଇଛି।


ବୋନି କପୁର ଟ୍ଵିଟ କରି ଜଣାଇଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସୁସ୍ଥ ଅଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବୋନି କପୁର ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦେବୀଙ୍କ ସ୍ୱାମୀ। ଆଉ ଖୁସି ଏବଂ ଜାହ୍ନବୀ କପୁର ଶ୍ରୀଦେବୀଙ୍କ ଦୁଇ ଝିଅ।

ବୋନି କପୁର ନିଜ ପରିବାରର ସ୍ୱାସ୍ଥ୍ୟବସ୍ଥା ଜଣାଇବା ସହିତ କରୋନା ସଂକ୍ରମିତଙ୍କ ଶୀଘ୍ର ସୁସ୍ଥ ପାଇଁ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.