ଛେଳି ଚୋରକୁ ଲୋକେ ଏମିତି ପିଟିଲେ ଯେ ସେଇଠି ମରିଗଲା

ବାରିପଦା (କେ ନ୍ୟୁଜ୍‌) : ବାରିପଦା ସହରର ପାଲବଣୀ ଛାଞ୍ଚ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଛେଳି ଚୋରି କରୁଥିବା ବେଳେ ଜଣେ ଯୁବକ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲା । ତା ପରେ ଆରମ୍ଭ ହୋଇଗଲା ପ୍ରବଳ ମାଡ଼ । ଏଭଳି ମରଣାନ୍ତକ ପ୍ରହାର ହେଲା ଯେ ଯୁବକଟି ସେଇଠି ମୃତ୍ୟୁବରଣ କଲା । ମୃତକ ଜଣକ ସେହି ଅଞ୍ଚଳର ଅଭି କାଳନ୍ଦି । ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଁଚି ଶବକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ।
ଆଜି ଦିନ ପ୍ରାୟ ୨ଟା ସମୟରେ ଅଭି କାଳନ୍ଦି ସେହି ଅଞ୍ଚଳରୁ ଏକ ଛେଳିକୁ ଚୋରି କରି ନେଉଥିଲା । ଏହାକୁ ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଘଟଣା ସ୍ଥଳରେ ଅଭିର ମୃତ୍ୟୁ ହେବାରୁ ତାକୁ ନେଇ ସେହି ଯୁବକମାନେ ରେଳ ଧାରଣା କଡରେ ପିଙ୍ଗି ଦେଇଥିଲେ ।
ବାରିପଦା ଟାଉନ ଥାନା ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସେହି ଅଞ୍ଚଳର ୨ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.