କେନ୍ଦ୍ରାପଡା: କ୍ବାରେଣ୍ଟାଇନ ସେଣ୍ଟରରେ ଭୌତିକ କାଣ୍ଡ, ୫ ଯୁବତୀ ଅସୁସ୍ଥ ପରେ ଅନ୍ୟ ଜାଗାକୁ କରଗଲା ସ୍ଥାନାନ୍ତର

କେନ୍ଦ୍ରାପଡା(କେନ୍ୟୁଜ୍): କ୍ବାରେଣ୍ଟାଇନ  ସେଣ୍ଟରରେ ଭୂତ ଆତଙ୍କ । କିଏ ଚେତାଶୂନ୍ୟ ହୋଇ ପଡ଼ୁଛି, ତ ଆଉ କିଏ ଅନ୍ୟକୁ ଆକ୍ରମଣ କରୁଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ କ୍ୱାରେଣ୍ଟାଇନ୍‌ ସେଣ୍ଟରର । କେରଳରୁ ଫେରି ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ ପାଖାପାଖି ୧୪୭ ଜଣ ଯୁବତୀ ।

କିନ୍ତୁ ତିନି ଦିନ ହେବ ସେଣ୍ଟରରେ  ଅଦ୍ଭୁତ ଭୌତିକ କାଣ୍ଡ ଘଟିଚାଲିଥିବାର ଅଭିଯୋଗ କରିଛନ୍ତି ଅନ୍ତେବାସୀ। ଏହି  ଭୂତ ଭୟ ଯୋଗୁ ୫ ଜଣ ଅସୁସ୍ଥ  ମଧ୍ୟ ହୋଇପଡ଼ିଛନ୍ତି । ତିନି ପରିବାର ଲୋକେ ପ୍ରଶାସନକୁ ଘଟଣା ସଂପର୍କରେ ଜଣାଇବା ପରେ ସମସ୍ତ ଯୁବତୀଙ୍କୁ ରାଜନଗର ହାତିନ୍‌ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।