Below header

୧୧ ବର୍ଷ ପିଲାକୁ ହେଲା ବ୍ରେନ ଟ୍ୟୁମର, ସାହାଯ୍ୟ ଭିକ୍ଷା ମାଗିଲେ ପରିବାର ଲୋକେ, ଜାଣନ୍ତୁ ଟୁଇଟ କରି କ’ଣ ଉତ୍ତର ରଖିଲେ ସୋନୁ ସୁଦ

କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏ ପର୍ଯ୍ୟନ୍ତ ବିଶ୍ରାମ ନେଇନାହାନ୍ତି। ବରଂ ସେ ଏବେ ବି ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ନିକଟରେ ବିହାରର ଜଣେ ବ୍ୟକ୍ତି ନିଜ ଭାଇଙ୍କ ପୁଅ ପାଇଁ ସାହାଯ୍ୟ ମାଗିଥିଲେ।

ଟୁଇଟରରେ ସୋନୁ ସୁଦଙ୍କୁ ଟ୍ୟାଗ କରି ସେ ଲେଖିଥିଲେ ଯେ ‘ସାର, ମୁଁ ବିହାରର ଭାଗତପୁର ଜିଲ୍ଲାରୁ କହୁଛି। ୧୧ ବର୍ଷର ପିଲାକୁ ବ୍ରେନ ଟ୍ୟୁମର ହୋଇଛି। ତା’ର ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି। ଆପଣ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ଦୟାକରି ଏହି ପିଲାକୁ ବି ବଞ୍ଚେଇ ଦିଅନ୍ତୁ’।

ଏସକେ ଶର୍ମା ନାମକ ଟୁଇଟର ହ୍ୟାଣ୍ଡେଲରୁ ଏହି ଟୁଇଟ କରାଯାଇଛି। ଏହାର ଜବାବରେ ସୋନୁ ସୁଦ ଲେଖିଥିଲେ, ‘ଚିନ୍ତା କରନ୍ତୁ ନାହିଁ। ଡାକ୍ତରଙ୍କ ସହିତ କଥାବାର୍ତ୍ତା ହୋଇଛି। ଆସନ୍ତା ସପ୍ତାହରେ ଦିଲ୍ଲୀରେ ପିଲାର ଅପରେସନ ହୋଇଯିବ। ଆପଣମାନେ ପ୍ରସ୍ତୁତ ହୁଅନ୍ତୁ। ଆପଣଙ୍କ ପୁଅକୁ ଫିଟ କରାଇବା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.