Below header

ଆଜି ପ୍ରକାଶ ପାଇବ ଜେଇଇ ମେନ ରେଜଲ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଗତ ୧ ତାରିଖରୁ ଆରମ୍ଭ ହୋଇ ୬ ତାରିଖରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷ କୋଭିଡ୍‌ କଟକଣା ଭିତରେ ସରିଛି ପରୀକ୍ଷା । ଆଜି ପ୍ରକାଶ ପାଇବ ଜେଇଇ ମେନ ରେଜଲ୍ଟ । ଏହାସହ ପ୍ରକାଶ ପାଇବ କଟଅଫ୍‌ ମାର୍କ । ସୂଚନା ମୁତାବକ ଛାତ୍ରଛାତ୍ରୀ ମାନେ jeemain.nta.nic.in େଓ୍ଵବସାଇଟରେ ରେଜଲ୍ଟ ଦେଖିପାରିବେ ।

ଚଳିତବର୍ଷ ଭାରତରେ ପାଖାପାଖି ୯ ଲକ୍ଷ ୫୩ ହଜାର ୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ରାଜ୍ୟରେ ୩୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଆବେଦନ କରିପାରିବେ । ୧୨ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ୧୭ ତାରିଖ ଅପରାହ୍ନ ଯାଏଁ ଚାଲିବ । ଜେଇଇ ଆଡଭାନ୍ସ ପରୀକ୍ଷା ସେପଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ଅକ୍ଟୋବର ୫ ତାରିଖରେ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.