ଆଜି ହାତକୁ ଦି’ହାତ ହେଉଛନ୍ତି ଗୌହର ଖାନ୍‌, ସେୟାର କଲେ ମେହେନ୍ଦି ରସମ୍‌ର ଫଟୋ

ଆଜି ବିବାହ କରୁଛନ୍ତି ବିଗ୍‌ବସ୍‌ ୭ ଫେମ୍‌ ଗୌହର ଖାନ୍‌। ଜୈଦ୍‌ ଦରବାରଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ବିବାହ ପୂର୍ବରୁ ମେହେନ୍ଦି ସେରିମନି ଅନୁଷ୍ଠିତ ହୋଇଛି, ଯାହାର ଫଟୋକୁ ଗୌହର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗୌହର ସେୟାର କରିଥିବା ଫଟୋରେ ସେ ହାତରେ ମେହେନ୍ଦି ଲଗାଇଥିବା ଦେଖିବାକୁ ମିଳିଛି।

ମେହେନ୍ଦି ସେରିମନିରେ ଗୌହର ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଏହି ଡ୍ରେସ୍‌କୁ ତାଙ୍କ ଭାଇ ତାଙ୍କୁ ୪ ବର୍ଷ ତଳେ ଦେଇଥିଲେ। ଫଟୋ ସେୟାର କରି ଗୌହର ଲେଖିଛନ୍ତି- ‘ମେହେନ୍ଦି ରାତି’। ତା’ ପରେ ଭାଇଙ୍କୁ ଡ୍ରେସ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ନଜର ପକାନ୍ତୁ ଗୌହରଙ୍କ ପୋଷ୍ଟ ଉପରେ…

 

View this post on Instagram

 

A post shared by GAUAHAR KHAN (@gauaharkhan)

 

View this post on Instagram

 

A post shared by Gauaharkhansquad (@gauaharkhansquad)

ଏହା ପୂର୍ବରୁ ଚିକ୍ସା ସେରିମନି ହୋଇଥିଲା, ଯାହାର ଫଟୋ ଉଭୟ ଗୌହର ଓ ଜୈଦ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଗୋଟିଏ ଭିଡିଓରେ ଗୌହରଙ୍କୁ କୋଳରେ ଉଠାଇ ଜୈଦ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଆଉ ଏକ ଭିଡିଓରେ ଜୈଦ ଦରବାରଙ୍କ ପିତା ଇସ୍‌ମାଇଲ ଦରବାର ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ।

 

View this post on Instagram

 

A post shared by Gauaharkhansquad (@gauaharkhansquad)

ଏହା ପୂର୍ବରୁ ଗୌହର ଓ ଜୈଦ୍‌ ସୋସିଆଲ ମିଡିଆରେ ନିଜ ଡିଜିଟାଲ ବିବାହ କାର୍ଡ ସେୟାର କରି ଫ୍ୟାନ୍‌ଙ୍କୁ ବିବାହ ତାରିଖ କହିଥିଲେ, ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

 

View this post on Instagram

 

A post shared by GAUAHAR KHAN (@gauaharkhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.