ମୁକ୍ତିଲାଭ ପୂର୍ବରୁ ବିବାଦ, ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’କୁ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା

କେନ୍ୟୁଜ୍‌ (ବ୍ୟୁରୋ): ବଲିଉଡରେ ଏବେ ସମୟ ଖରାପ ଚାଲିଛି,ଏଇ କିଛି ଦିନ ହେବ ବୟକଟ ର ନାରା ହିନ୍ଦୀ ଚଳଚିତ୍ର ଜଗତକୁ ବିବାଦର ଘେରରେ ରଖିଛି । ପୁଣି ଏବେ ସିଂଘମ୍‌ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ମୁକ୍ତିଲାଭ ଅପେକ୍ଷାରେ ଥିଲା ବେଳେ ବିବାଦକୁ ଚାଲିଯାଇଛି। ଅଜୟ ଏହି ଫିଲ୍ମରେ ଚିତ୍ର ଗୁପ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି,ଯିଏ କି ସୁଟ୍‌ ବୁଟ୍‌ରେ ଦେଖା ଦେଉଛନ୍ତି। ଏହି ବେଶଭୂଷାକୁ ନେଇ ଲୋକଙ୍କୁ ପସନ୍ଦ ଆସି ନାହିଁ। ଏହି କାରଣରୁ ମାମଲା ଯାଇ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି।

 ଆବେଦନରେ କୁହାଯାଇଛି ଯେ ଭଚବାନ ଚିତ୍ରଗୁପ୍ତଙ୍କ ଅପମାନ କାୟସ୍ଥ ସମାଜ କେବେ ସହ୍ୟ କରିପାରିବ ନାହିଁ। ଏହି ଫିଲ୍ମ ରିଲିଜ୍‌ କରିବା ଦ୍ୱାରା ଦେଶର ଶାନ୍ତି ଭଙ୍ଗ ହେବ,ଅରାଜକତା ବୃଦ୍ଧି ପାଇବ ଏବଂ ଫିଲ୍ମକୁ ସେନ୍‌ସର ସାର୍ଟିଫିକେଟ୍‌ ନଦେଉ ବୋଲି ଦାବି କରିଛି ସମାଜ। କାୟସ୍ଥ ସମାଜ ତୁରନ୍ତ ରାୟ ଶୁଣାଇବା ପାଇଁ ସୁପ୍ରିମ୍‌ କୋର୍ଟକୁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ମନା କରିଛନ୍ତି।ଏହି ମାମଲାର ଶୁଣାଣି ୨୧ ନଭେମ୍ବରରେ ହେବାକୁ ଥିବା ବେଳେ,ଫିଲ୍ମ ୨୫ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଯାହା ନିର୍ମାତାଙ୍କ ପାଇଁ ଖୁସିର ଖବର।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ,ଏହି ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କ ଅପମାନ ହୋଇଛି । ଯାହା ସାରା ପୃଥିବୀରେ ରହୁଥିବା କାୟସ୍ଥ ସମାଜର ଲୋକଙ୍କ ଭାବନାକୁ ଆଘାତ ହୋଇଛି। ଆବେଦନକାରୀ, ଅଜୟ ଦେବଗନ, CBFC (ସିବିଏଫ୍‌ସି),ଡାଇରେକ୍ଟର ଇନ୍ଦର୍‌ କୁମାର ଏବଂ ପ୍ରଡ୍ୟୁସର ଭୂଷଣ କୁମାରଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ସୁତ୍ର ଅନୁସାରେ ‘ଥ୍ୟାଙ୍କ୍‌ ଗଡ୍‌’ ଦୀପାବଳିର ଶୁଭ ଅବସର ୨୫ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଜୟ ଦେବଗନଙ୍କ ଛଡ଼ା,ରକୁଲ ପ୍ରୀତ୍‌ ସିଂ,ସିଦ୍ଧାର୍ଥ ମାଲହୋତ୍ରା ପ୍ରମୁଖ ଚରିତ୍ରରେ ନଜର ଆସିବେ। ରକୁଲ ପ୍ରୀତ୍‌ ସିଂଙ୍କ ସହିତ ଅଜୟ ଦେବଗନଙ୍କର ୩ୟ ଫିଲ୍ମ ହୋଇଥିବା ବେଳେ ,ସିଦ୍ଧାର୍ଥ ଏବଂ ଅଜୟଙ୍କୁ ଦର୍ଶକେ ପ୍ରଥମକରି ଏକାଠି ଦେଖିବେ ।