ଏହି ଫିଲ୍ମ ତାରକାମାନେ ନନ୍‌ଭେଜ ଛାଡି ଏବେ ହୋଇଛନ୍ତି ପୂରା ଭେଜିଟରିଆନ୍‌

ବଲିଉଡ୍‌ର ସେଲିବ୍ରିଟିମାନେ ଫିଟନେସ୍‌ ଓ ଡାଏଟ୍‌ ପ୍ଲାନିଂରେ ଯୁବଗୋଷ୍ଠୀଙ୍କୁ ବି ପଛରେ ପକାଇ ଦେବେ । ନିଜର ଫିଟନେସ ପାଇଁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଖାଦ୍ୟ ନେବାରେ ଏହି କଳାକାରମାନେ ଅଧିକ ସଚେତନ ଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏବେ ନନ୍‌ଭେଜ ଛାଡ଼ି ପୂର୍ଣ୍ଣ ଭେଜିଟରିଆନ୍‌ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି କଳାକାରମାନଙ୍କ ବିଷୟରେ ।

ଏହି କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଶାହିଦ କପୁର, ରିତେଶ ଦେଶମୁଖ, ଆର୍‌ ମାଧବନ୍‌ ଓ କଙ୍ଗନା ରଣାଓ୍ଵତ । ଖାଲି ସେତିକି ନୁହେଁ କଙ୍ଗନା ତ ଡାଏରୀ ପ୍ରଡକ୍ଟ ମଧ୍ୟ ଛାଡି ଦେଇଛନ୍ତି । ତେବେ କିଛି କଳାକାର ଏହାକୁ ଛାଡ଼ିବା ବହୁତ କଷ୍ଟ ବୋଲି କହିଥିଲେ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ସେମାନେ ଏହାକୁ ଛାଡିଛନ୍ତି ବୋଲି କହିଛନ୍ତି ।

 

kangana
p.c : MARCA

 

ନନ୍‌ଭେଜ ଛାଡ଼ିଥିବା ଅଭିନେତାମାନେ :

ଶାହିଦ କପୁର ନନଭେଜ ଖାଉଥିଲେ ଏବେ ପିତାଙ୍କ ଠାରୁ ପାଇଥିବା ବହି ଲାଇଫ ଇଜ୍‌ ଫେୟାର ପଢ଼ିବା ପରେ ସେ ମାଂସ ଖାଇବା ଛାଡ଼ି ଦେଇଛନ୍ତି । ଶାହିଦଙ୍କୁ ୨୦୧୧ରେ ସବୁଠୁ ସେକ୍ସି ଭେଜିଟାରିଆନର ମାନ୍ୟତା ମଧ୍ୟ ମିଳିଛି ।

ସେହିପରି ରିତେଶ ଦେଶମୁଖ ମଧ୍ୟ କୁହନ୍ତି ଯେ ନନଭେଜ ଛାଡ଼ିବା ଏତେ ସହଜ ନୁହେଁ । ହେଲେ ସେ ନନ୍‌ଭେଜ ନଖାଇ ଏବେ ପ୍ଲାଣ୍ଟ ବେସଡ୍‌ ମିଟ୍‌ ଖାଉଛନ୍ତି । ମାଧବନ ଓ ଅମୀର ଖାନ୍‌ ମଧ୍ୟ ମାଂସ ଛାଡ଼ି ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ଅମିତାଭ ବଚ୍ଚନ ମଧ୍ୟ ନନ୍‌ଭେଜ ଖାଇବା ଛାଡ଼ିଦେଇଛନ୍ତି ।

ଦୁଗ୍ଧ ଜାତ ଖାଦ୍ୟ ବି ନିଅନ୍ତି ନାହିଁ ଏହି କଳାକାର :

ମାଂସ ସହିତ କିଛି ସେଲିବ୍ରେଟି ମଧ୍ୟ ଦୁଗ୍ଧ ଜାତ ଖାଦ୍ୟ ଖାଇବା ଛାଡ଼ି ଦେଇଛନ୍ତି । କଙ୍ଗନା ରଣାଓ୍ଵତ ଓ ଅମୀର ଖାନ୍‌ଙ୍କ ଭଳି କଳାକାର ମାଂସ ସହ ଦୁଗ୍ଧଜାତ ଖାଦ୍ୟ ମଧ୍ୟ ଛାଡି ଦେଇଛନ୍ତି । ସେହିପରି ଶ୍ରଦ୍ଧା କପୁରଙ୍କୁ ପିଟା ହଟେଷ୍ଟ ଭେଜିଟାରିଆନ୍‌ର ମାନ୍ୟତା ଦେଇଛି । ଏହି ତାଲିକାରେ ଆଉ ଜଣେ କଳାକାର ହେଉଛନ୍ତି ଭୂମୀ ପେନ୍‌ଡେନକର ଯିଏ କି ଲକ୍‌ଡାଉନ ସମୟରୁ ନନ୍‌ଭେଜ୍‌ ଖାଇବା ଛାଡ଼ିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.