Below header

ନିଜର ଅତିପ୍ରିୟ ଫ୍ଯାନ୍ସଙ୍କୁ ଜୀବନସାଥି ଭାବେ ପସନ୍ଦ କରିଛନ୍ତି ଏହି ବଲିଉଡ଼ କଳାକାର

ମୁମ୍ବାଇ : ବଲିଉଡ଼ କଳାକାର ଏବଂ ତାଙ୍କ ଫ୍ଯାନ୍ସଙ୍କ ବହୁ ପୁରୁଣା ସଂମ୍ପର୍କ। ଫ୍ଯାନ୍ ମାନେ ତାଙ୍କ ମନପସନ୍ଦ କଳାକାରଙ୍କ ପଛରେ ପାଗଳ ରହିଥାନ୍ତି। ସୁପରଷ୍ଟାର ଯେଉଁସ୍ଥାନକୁ ଗଲେ ମଧ୍ୟ ତାଙ୍କ ପଛେ ପଛେ ଫ୍ଯାନ୍ସ ମଧ୍ୟ ପହଞ୍ଚି ଯାଇଥାନ୍ତି। ସୁପରଷ୍ଟାରଙ୍କର ଖାଲି ଯେ ସାଧାରଣ ଲୋକ ଫ୍ଯାନ୍ସ ଥାଆନ୍ତି ତାହା ନୁହଁ ବରଂ କଳାକାର ପସସ୍ପର ମଧ୍ୟରେ ତାଙ୍କ ମଧ୍ୟରେ ଫ୍ଯାନ୍ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ସେହିଭଳି କିଛି ବଲିଉଡ଼ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ଫ୍ଯାନ୍ ଙ୍କୁ କରିଥିଲେ ନିଜର ଜୀବନସାଥି।

ରାଜେଶ ଖାନ୍ନା- ଡ଼ିମ୍ପଲ କପାଡ଼ିଆ 

rajesh

ବଲିଉଡ଼ର ଅଭିନେତ୍ରୀ ଡ଼ିମ୍ପଲ ପ୍ରାୟ ୧୬ ବର୍ଷର ଥିଲେ ଯେତେବେଳେ ସେ ରାଜେଶ ଖାନ୍ନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରାଜେଶ ଖାନ୍ନା, ଡ଼ିମ୍ପଲଙ୍କ ଠାରୁ ପ୍ରାୟ ୧୫ ବର୍ଷ ବଡ଼ ଅଟନ୍ତି। ଏବଂ ଡ଼ିମ୍ପଲ ସୁପରଷ୍ଟାର ରାଜେଶ ଖାନ୍ନାଙ୍କର ବହୁତ ବଡ଼ ଫ୍ଯାନ ରହଥିଲେ। ସେ ତାଙ୍କର ସମସ୍ତ ଫିଲ୍ମ ଅନେକ ଥର ଦେଖୁଥିଲେ। ଡ଼ିମ୍ପଲଙ୍କ ପାଦ ମାଟିରେ ପଡ଼ିନଥିଲେ ଯେତେବେଳେ ରାଜେଶ ଖାନ୍ନା ନିଜ ଆଡ଼ୁ ଡ଼ିମ୍ପଲଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ଦିଲିପ କୁମାର –ସାୟରା ବାନୁ 

dilp

ବଲିଉଡ଼ରେ ସବୁଠାରୁ ଶେଷ୍ଠ ପ୍ରେମ କାହାଣୀର ଉଦାହରଣ ହେଉଛନ୍ତି ଦିଲିପ୍ କୁମାର- ସାୟରା ବାନୁ। ପିଲାଟି ବେଳେ ସାୟାରା ବାନୁ ଦିଲିପ୍ ସାହେବଙ୍କର ବହୁତ ବଡ଼ ପ୍ରଶଂସକ ଥିଲେ। ଯେତେବେଳେ ଦିଲିପ ସାୟାର ବାନୁଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଅଭିନେତ୍ରୀ ତାହାକୁ ପ୍ରତ୍ଯାଖ୍ଯାନ କରିପାରି ନଥିଲେ। ସେ ତୁରନ୍ତ ହଁ କହିବା ସହ ଦୁହିଁଙ୍କ ବିବାହ ୧୯୬୬ମସିହାରେ ହିଁ ହୋଇଯାଇଥିଲା।

ମୟୁର ମାଧବନି- ମୁମତାଜ 

mumtaz

ବିଜନେସ ଆଇକନ୍ ମୟୁର ମାଦବନ ଅଭିନେତ୍ରୀ ମୁମତାଜଙ୍କର ବହୁତ ବଡ଼ ପ୍ରଶଂସକ ଥିଲେ। ତାଙ୍କର ସୁନ୍ଦରତା ଏବଂ ଡ଼୍ଯାନ୍ସ ମୟୁରଙ୍କ ମନ ଜିଣି ନେଇଥିଲା। ସେମାନେ ବିବାହ ପୂର୍ବରୁ ବହୁତ ଭଲ ସାଙ୍ଗ ଥିଲେ। ଏଣୁ ୧୯୭୪ରେ ଯେତେବେଳେ ମୟୁର ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମୁମତାଜ ମନା କରିପାରିନଥିଲେ। ପରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଜିତେନ୍ଦ୍ର-ଶୋଭା କପୁର 

jeetendra

ରବି କପୁର ଓରଫ ଅଭିନେତ୍ରୀ ଜିତେନ୍ଦ୍ର ତାଙ୍କର ଲୁକ୍ସ ଏବଂ ଡ଼୍ଯାନ୍ସ ପାଇଁ ଲୋକଙ୍କ ମଧ୍ୟରେ ବେସ ଚର୍ଚ୍ଚିତ। ବଲିଉଡ଼ର ପ୍ରାୟ ସମସ୍ତ ଅଭିନେତ୍ରୀ ତାଙ୍କର ଦିୱାନୀ ଥିଲେ। ଶୋଭା କପୁର ସେତେବେଳେ ବ୍ରିଟିଶ ଏୟରବେଜରେ ଏୟାର ହୋଷ୍ଟେଜ୍ ଭାବେ କାମ କରୁଥିଲେ। ସେହି ସମୟରେ ଜିତେନ୍ଦ୍ରଙ୍କ ବହୁତ ବଡ଼ ପ୍ଯାନ୍ ଥିଲେ ଶୋଭା କପୁର। ଶୋଭାଙ୍କ ସ୍ବପ୍ନ ସେତେବେଳେ ପୁରା ହୋଇଥିଲା ଯେତେବେଳେ ୧୯୭୪ ମସିହାରେ ଜିତେନ୍ଦ୍ର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଦୁହେଁ ଖୁବ ଧୁମଧାମରେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.