Below header

ଗର୍ଭବତୀ ପତ୍ନୀ ଆଗରେ ସ୍ବାମୀକୁ ହତ୍ୟା, ଝିଅର ଅଭିଯୋଗ ମୋ ବାପା ଓ ଦାଦା ମାରିଛନ୍ତି

ଗର୍ଭବତୀ ପତ୍ନୀ ଆଗରେ ସ୍ବାମୀକୁ ହତ୍ୟା, ଝିଅର ଅଭିଯୋଗ ମୋ ବାପା ଓ ଦାଦା ମାରିଛନ୍ତି

ହାଇଦ୍ରାବାଦ୍: ପ୍ରେମ ଅନ୍ଧ,ଶାଶ୍ବତ ଓ ପବିତ୍ର । ପ୍ରେମରେ ନଥାଏ ଜାତି, ଧର୍ମ ଓ ବର୍ଣ୍ଣର ବିଚାର । ପ୍ରେମରେ ମଣିଷ ସବୁକିଛି ଭୁଲି କେବଳ ନିଜ ସାଥୀକୁ ଟିକେ ଖୁସି ଦେବା ପାଇଁ ଚାହିଁଥାଏ । ଏମିତି ଏକ ପ୍ରେମ କାହାଣୀ ଥିଲା ପ୍ରଣୟ ଏବଂ ଅମ୍ରୁତାଙ୍କର । ହେଲେ ଏହି ପ୍ରେମ ଉପରେ ପଡିଗଲା ମଣିଷ ରୂପୀ ରାକ୍ଷସମାନଙ୍କର ନଜର । ଆଉ ଘଟିଗଲା ଏକ ବୀଭତ୍ସ ହତ୍ଯାକାଣ୍ଡ । ଜୀବନର ସୁଖ ସମୟ ଆରମ୍ଭ କରିବା ପୂର୍ବରୁ ୨୩ ବର୍ଷୀୟ ପ୍ରଣୟଙ୍କର ଲିଭିଗଲା ଜୀବନ ଦୀପ । ଗର୍ଭବତୀ ପତ୍ନୀଙ୍କ ସମ୍ନାରେ ତାଙ୍କୁ ହତ୍ଯା କରାଗଲା । ଇଏ ଏକ ବାସ୍ତବ କାହାଣୀ । ଯାହା ରେକର୍ଡ ହୋଇଛି ସିସି ଟିଭିରେ।

Honor_killingତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଗତ ଶନିବାର ଘଟିଯାଇଛି ଏଇ ଅଭାବନୀୟ ଘଟଣା । ଯାହା ସଭ୍ଯ ସମାଜକୁ ନିହାତି ଲଜ୍ଜିତ କରିବ । ସୂଚନା ଅନୁଯାୟୀ ଅମ୍ରୁତା ଏବଂ ପ୍ରଣୟ ଉଭୟଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାର ଲୋକେ ରାଜି ନହେବାରୁ ଗତ ୬ ମାସ ତଳ ସେମାନେ ବିବାହ କରିଥିଲେ । ବିବାହ ପରେ ପ୍ରଣୟଙ୍କ ପରିବାର ଲୋକେ ବୁଝି ଯାଇଥିଲେ । ହେଲେ ପ୍ରଣୟ ଛୋଟ ଜାତିର ଥିବାରୁ ଅମ୍ରୁତାଙ୍କ ପରିବାର ଲୋକେ ଏହାକୁ ଆଦୌ ଗ୍ରହଣ କରିପାରିନଥିଲେ। ତେବେ ଏ ଭିତରେ ଦୁହିଁଙ୍କ ପାରିବାରିକ ଜୀବନ ବେଶ୍ ସୁଖରେ ଚାଲିଥିଲା । ଅମରୁତା ଗର୍ଭବତୀ ହେଲେ । ଘରକୁ ସନ୍ତାନଟିଏ ଆସିବ ବୋଲି ସମସ୍ତେ ଭାରି ଖୁସି ଥିଲେ । ହେଲେ ସେମାନଙ୍କ ଖୁସି ଉପରେ ଗ୍ରହଣ ଲାଗିଗଲା ।

pranay

ଗତ ଶନିବାର ଦିନ ପ୍ରଣୟ ଚେକ୍ଅପ୍ ପାଇଁ ଅମରୁତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ତେବେ ହସପିଟାଲ ପରିସରରେ ଜଣେ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କୁ ଧାରୁ ଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଅମରୁତା ଏବଂ ପ୍ରଣୟଙ୍କ ମା’ଙ୍କ ଆଖି ସାମନାରେ ଘଟିଥିଲା ଏହି ହୃଦୟବିଦାରକ ଘଟଣା । ସେଇଠି ଟଳି ପଡ଼ିଥିଲେ ପ୍ରଣୟ । ପ୍ରଣୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକେ । ଅମରୁତାଙ୍କ ଅବସ୍ଥା ନକହିବା ଭଲ । ତାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ତେବେ ନିଜ ବାପା ଏବଂ ଦାଦାଙ୍କ ବରୋଧରେ ସେ ଅଭିଯୋଗ ଆଣିଛନ୍ତି । ସେମାନେ ମିଶି ପ୍ରଣୟଙ୍କୁ ଜୀବନରୁ ମାରି ଦେଇଥିବା ନେଇ ଅମ୍ରୁତା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ସିସିଟିଭି ଫୁଟେଜ୍କୁ ଅନୁଧ୍ଯାନ କରି ତଦନ୍ତ ଚଳାଇଥିବା ବେଳେ ପ୍ରଣୟଙ୍କର ପରିବାର ଲୋକେ ଅମ୍ରୁତାଙ୍କର ବାପା ଏବଂ ଦାଦାଙ୍କୁ ଗରଫ କରିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.